[balasore] - ବିନା ସୂଚନା ଫଳକରେ ଚାଲିଛି କାମ

  |   Balasorenews

ଝୁମ୍ପୁରା, ୨।୪(ଡି.ଏନ.ଏ.): ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଚେକ୍‌ଡ୍ୟାମ୍‌, କ୍ରସବନ୍ଧ, କେନାଲ ଆଦିରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ସରକାରୀ ଯୋଜନାରେ ବ୍ୟୟବରାଦ ଏବଂ ଜିଲା ଖଣିଜ ପାଣ୍ଠି ବିନିଯୋଗ କରି ଟେଣ୍ଡର ପ୍ରକ୍ରିୟା ଦ୍ୱାରା ଏହି ସବୁ ଉନ୍ନୟନମୂଳକ କାମ କରାଯାଉଛି। ନିମ୍ନମାନର କାମ, ଏଷ୍ଟିମେଟ ଅନୁଯାୟୀ କାମ ନ ହେବା, ସୂଚନା ଫଳକରେ ପ୍ରକଳ୍ପର ବ୍ୟୟ ବିବରଣୀ ସ୍ଥାନିତ ନ ହେବା, କାମ ସମୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କର ଅନୁପସ୍ଥିତି ଯୋଗୁ ପ୍ରକଳ୍ପ କାମଗୁଡିକ ଦୀର୍ଘସ୍ଥାୟୀ ହୋଇପାରୁନାହିଁ। ପ୍ରକଳ୍ପଗୁଡିକର ସୁଫଳ ପାଇପାରୁ ନାହାନ୍ତି ଗ୍ରାମାଞ୍ଚଳ ବାସିନ୍ଦା। ଅନ୍ୟପକ୍ଷରେ ଝୁମ୍ପୁରା ବ୍ଲକ ରୋଡ୍‌ରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ ସବୁ ସମୟରେ ବନ୍ଦ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ଗ୍ରାମାଞ୍ଚଳରେ ପ୍ରବାହିତ ନାଳ, ଖାଲୁଆ ଜାଗାରୁ ବୋହି ଯାଉଥିବା ବର୍ଷାଜଳ ଆଦିକୁ ଅଟକାଇବା, ମୃତ୍ତିକା କ୍ଷୟ ରୋକିବା ସହିତ ଜଳସେଚନ କାମ ପାଇଁ ଚେକ୍‌ଡ୍ୟାମ, କ୍ରସବନ୍ଧ କ୍ଷୁଦ୍ରଜଳ ସେଚନ ବିଭାଗ ଦ୍ୱାରା ନିର୍ମିତ ହୋଇଛି। ଚେକ୍‌ଡ୍ୟାମ ଯୋଗେ ପାଣିକୁ ଅଟକାଇ ରଖାଯାଉଛି। ଚେକ୍‌ଡ୍ୟାମ ଥିବା ଆଖପାଖ ଅଞ୍ଚଳରେ ଚାଷୀ ଚାଷ କାର୍ଯ୍ୟ କରିଥାନ୍ତି। ଭୂତଳ ଜଳ ସ୍ତରର ବୃଦ୍ଧି ଘଟିଥାଏ। ଚେକ୍‌ଡ୍ୟାମ ଦୀର୍ଘସ୍ଥାୟୀ ନ ହେବା, ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିବା ଦ୍ୱାରା ସୁଫଳ ମିଳି ପାରୁନାହିଁ। ଝୁମ୍ପୁରା ବ୍ଲକର ବାଲିବନ୍ଧ ପଞ୍ଚାୟତ କୁଲଡିହି ଓ ଦେହୁରୀପଶି ଗ୍ରାମ ପାଖରେ ପ୍ରବାହିତ କାଶିଆ ନାଳ ଉପରେ ଏବେ ନିର୍ମାଣାଧୀନ ରହିଛି ୩ଟି ଚେକ୍‌ଡ୍ୟାମ୍‌। ନାଳ ଭିତରେ କିଛି ଦୂର ଅନ୍ତରରେ ଏକକାଳୀନ ୩ଟି ଚେକ୍‌ଡ୍ୟାମ ନିର୍ମାଣାଧୀନ ରହିଛି। ଜିଲା ଖଣିଜ ପାଣ୍ଠିରୁ ବ୍ୟୟବରାଦ କରାଯାଇ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଟେଣ୍ଡର ପ୍ରକ୍ରିୟାରେ ନିର୍ମାଣ ଚାଲିଛି। ସୂଚନା ଫଳକ ନ ଥିବାରୁ ସବିଶେଷ ତଥ୍ୟ ମିଳି ପାରିନାହିଁ। ୩ ଚେକ୍‌ଡ୍ୟାମ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଫଳକ ନ ଥିବା ସ୍ଥଳେ ଚେକ୍‌ଡ୍ୟାମ୍‌ ଗୁଡିକର ୮୦ପ୍ରତିଶତ କାମ ସରିଯାଇଛି। ଏ ନେଇ ନିର୍ମାଣ ଦାୟିତ୍ୱରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ସି. ଜେନାଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଥିଲେ। କେନ୍ଦୁଝରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଧାକର ବେହେରାଙ୍କୁ ପଚାରିବାରୁ କ’ଣ ହୋଇଛି ଦେଖୁଛି ବୋଲି ସେ କହିଛନ୍ତି।

ଫୋଟୋ - http://v.duta.us/aRg82gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/z9bsWwAA

📲 Get Balasore News on Whatsapp 💬