[balasore] - ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ଇସ୍ତଫା ଦେଲେ ଶ୍ରମିକନେତା

  |   Balasorenews

ବାଲେଶ୍ୱର ଅଫିସ, ୨।୪-ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକ ପଦରୁ ଶ୍ରମିକନେତା ଅରୁଣ କୁମାର ସ୍ବାଇଁ ଇସ୍ତଫା ଦେଇଛନ୍ତି। ଏନେଇ ସେ ବାଲେଶ୍ୱର ହିନ୍ଦ୍‌ ମଜଦୁର ସଭା କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ରାଜ୍ୟ ହିନ୍ଦ୍‌ ମଜଦୁର ସଭାର ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ପ୍ରକାଶ କରି ସେ ଏକକାଳୀନ ଦୁଇଟି ପଦବୀରେ ନ ରହିବାର ନିଷ୍ପତ୍ତି ନେଇ ଏପରି ପଦକ୍ଷେପ ନେଇଛନ୍ତି।

ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ବହୁ ଯୁବନେତୃତ୍ୱ ଅଛନ୍ତି। ଜନସାଧାରଣ ନୂତନ ପ୍ରାର୍ଥୀ ଚାହୁଁଥିବା ବେଳେ ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ କରାଯାଇ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ବାଲେଶ୍ୱର ଜିଲାରେ ୫୦ହଜାରରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ କାର୍ଡ଼ ପାଇଥିବା ବେଳେ ସଦର ନିର୍ବାଚନମଣ୍ଡଳୀରେ ୨୨ହଜାର ଶ୍ରମିକଙ୍କୁ କାର୍ଡ଼ ଦିଆଯାଇଛି। ଆଗାମୀ ଦିନରେ ଏ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ କହିଥିଲେ। ଏହି ସମ୍ମିଳନୀରେ ନିର୍ମାଣ ଶ୍ରମିକନେତା ପିତାମ୍ବର ମାଝି, ହିନ୍ଦ୍‌ ମଜଦୁର ସଭାର କାର୍ଯ୍ୟକାରୀ କର୍ତ୍ତା ଶମ୍ଭୁନାଥ ଦାସ, ଅନୀଲ ଦାସ, ଲୋକନାଥ ଦାସ ଓ ତ୍ରିଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/1_tQPQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/KG7BXAAA

📲 Get Balasore News on Whatsapp 💬