[berahampur] - ଜି. ଉଦୟଗିରିର ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ

  |   Berahampurnews

ଜି. ଉଦୟଗିରି ୨।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଅଞ୍ଚଳର ପ୍ରସିଦ୍ଧ ଦଣ୍ଡ ଯାତ୍ରା ସୋମବାର ରାତ୍ରରୁ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଅନନ୍ଦେଶ୍ୱର ଓ ମା’ ରୁଦ୍ରକାଳୀଙ୍କ ଏହି ୧୩ ଦିନିଆ ଦଣ୍ଡ ଯାତ୍ରାର ଶୁଭାରମ୍ଭ ଦେଖିବା ପାଇଁ ସହରରେ ପ୍ରବଳ ଜନଗହଳି ହୋଇଥିଲା । ସାରେ ପାଟ ଢୋଲିଆ ଢୋଲ ପୂଜା କରିଥିଲେ। ପରେ ପାଟ ଭକ୍ତାଙ୍କୁ ତାଙ୍କ ଘରୁ ଢୋଲ ବଜାଇ ବରଣକରି କାମନା ମନ୍ଦିରକୁ ଅଣାଯିବା ପରେ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଥିଲା। ମନ୍ଦିର ଭିତରେ ବିଭିନ୍ନ ପୂଜାର୍ଚ୍ଚନା ପରେ ବେତରେ ବେତ ଘସାଯାଇ ଅଗ୍ନି ବାହାର କରାଯାଇଥିବା ରୁଦ୍ରକାଳୀ ନାଟ୍ୟ ସାଂସଦର ବରିଷ୍ଠ ସଦସ୍ୟ ତଥା ବୀଣାକାର ଅସ୍ମିନ ନାୟକ କହିଛନ୍ତି। ରାତ୍ର ପ୍ରାୟ ୧୦ଟାରେ ବିଜୟ ନାୟକ, ପାଟ ଭୁକ୍ତା ଶରଣ ପଞ୍ଜର ମାଝି, ପୂର୍ବତନ ପାଟ ଭକ୍ତା ବିପିନ ସାହୁ, ତେର ଭକ୍ତା ସହିତ ସମସ୍ତ ଦଣ୍ଡୁଆ ବନ୍ଧ ତୁଠକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା, ପାଣି ଦଣ୍ଡ କରିବା ପରେ ବିରାଟ ପଟୁଆରରେ ଅନନ୍ଦେଶ୍ୱର ଓ ମା’ ରୁଦ୍ରକାଳୀକୁ ଅଗ୍ନି ଦଣ୍ଡ କରି କରି ଢୋଲ ତାଳ ଓ ମହୁରୀର ନଗର ପରିକ୍ରମା କରାଯାଇ କାମନା ମନ୍ଦିରକୁ ଅଣାଯାଇଥିଲା। ଠାକୁରଙ୍କ ଦର୍ଶନ ନିମନ୍ତେ ଶହ ଶହ ମାନସିକଧାରୀ ଉପବାସରେ ରହିଥିଲେ। ଦର୍ଶନ ପରେ ପାଦୁକା ପାଇ ପଣା ସେବନ କରିଥିଲେ ।

ଫୋଟୋ - http://v.duta.us/dDYo9wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/95BKCgAA

📲 Get Berahampur News on Whatsapp 💬