[berahampur] - ପୋଖରୀରୁ ନରକଙ୍କାଳ ଉଦ୍ଧାର

  |   Berahampurnews

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସ୍କୁଲ ପୋଖରୀରୁ ନରକଙ୍କାଳ ମିଳିଛି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ପୋଖରୀରୁ ପଙ୍କୋଦ୍ଧାର କରାଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ ଏହି ନରକଙ୍କାଳ ମିଳିଥିଲା। ପରକୀୟା ପ୍ରୀତିରୁ ଅଖାରେ ଭର୍ତ୍ତିକରି ପୋଖରୀରେ ଜଣେ ଯୁବକଙ୍କୁ ଫିଙ୍ଗା ଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ଦେଢ଼ବର୍ଷ ତଳେ ଗ୍ରାମର ଜଣେ ବିବାହିତ ଯୁବକ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଏବଂ ସ୍ତ୍ରୀ ଅଛନ୍ତି। ଯୁବକ ଜଣକ ଭୁବନେଶ୍ୱରର ସାଲିଆସାହି ବସ୍ତିରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସେ ଭୁବନେଶ୍ୱରରେ ରହୁଥିବାବେଳେ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ନେଇ ପରିବାରରେ ଝଡ଼ ଉଠିଥିଲା। ତେବେ ଏନେଇ ଯୁବକଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଗ୍ରାମରେ ଆଲୋଚନା ହେଉଛି। ଗ୍ରାମବାସୀ କୁହନ୍ତି, ଉକ୍ତ ଯୁବକ ୨ ବର୍ଷ ତଳେ ଗଛରେ ଚଢ଼ି ନଡ଼ିଆ ତୋଳୁଥିବାବେଳେ ଖସିପଡ଼ିଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଗୋଡ଼ରେ ଅପରେଶନ କରାଯାଇ ରଡ୍‌ ପଶିଥିଲା। ତେବେ ପୋଖରୀରୁ ଯେଉଁ କଙ୍କାଳ ମିଳିଛି ସେଥିରୁ ଏକ ରଡ୍‌ ମଧ୍ୟ ବାହାରିଛି। ଏତଦ୍‌ବ୍ୟତୀତ ସେ ଯେଉଁ ଶାର୍ଟ ପିନ୍ଧିଥିଲେ ଏହା ପୁଅର ବୋଲି ତାଙ୍କ ବାପା ଚିହ୍ନିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଖବର ପାଇ ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ଚରଣ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଲିଖିତ ଏତଲା ମିଳିବା ପରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।

ଫୋଟୋ - http://v.duta.us/HJ6leAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kDoH9gAA

📲 Get Berahampur News on Whatsapp 💬