[berahampur] - ଶଙ୍ଖ ଧରିଲେ ସୀତାରାମ

  |   Berahampurnews

ପୁରୁଷୋତ୍ତମପୁର,୨।୪(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ଯୁବନେତା ତଥା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ସୀତାରାମ ପାଣିଗ୍ରାହୀ ସୋମବାର ସନ୍ଧ୍ୟାରେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ମଙ୍ଗଳବାର ଶଙ୍ଖ ଧରିଛନ୍ତି। ନବୀନ ନିବାସ ଯାଇ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବହୁ ସମର୍ଥକଙ୍କ ସହ ସୀତାରାମ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ର୍ନିବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନ, ପୁରୁଷୋତ୍ତମପୁର ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀ, ବିଜେଡି ନେତା ଦୈତାରୀ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏନେଇ ସୀତାରାମ କହିଛନ୍ତି, ଜନସାଧାରଣଙ୍କ ସୁଖଦୁଃଖରେ ରହି କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ। ବିଜେଡି ଦଳ ପକ୍ଷରୁ ତାଙ୍କୁ ଏହି ସୁଯୋଗ ମିଳିଛି। କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ସୀତାରାମଙ୍କ ବିଜେଡିରେ ଯୋଗଦାନ ଅଞ୍ଚଳରେ ଦଳକୁ ମଜଭୁତ କରିବ ବୋଲି ବ୍ଲକ ବିଜେଡି ସଭାପତି ପାଣିଗ୍ରାହୀ କହିଛନ୍ତି।

ଫୋଟୋ - http://v.duta.us/PDYlNQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_eCO2QAA

📲 Get Berahampur News on Whatsapp 💬