[bhadrak] - ଭଦ୍ରକ ଲୋକସଭା କ୍ଷେତ୍ର: ମଇଦାନରେ ୩ ନୂଆ ଚେହେରାକୁ ନେଇ ଚର୍ଚ୍ଚା

  |   Bhadraknews

ଭଦ୍ରକ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଭଦ୍ରକ ଜିଲ୍ଲା। ଭଦ୍ରକର ରାଜନୈତିକ ପାଣିପାଗ ନିର୍ବାଚନ ପୂର୍ବରୁ ସବୁ ଓଲଟ ପାଲଟି ହୋଇଯାଇଛି। ଦଳୀୟ ନେତା ଓ କର୍ମୀ ଯାହା ଭାବୁଥିଲେ, ନିର୍ବାଚନର ଟିକଟ ବଣ୍ଟନ ବେଳେ ତାର ଓଲଟା ଫଳ ଦେଖିବାକୁ ମିଳିଛି। ଏଭଳି ଟିକଟ ବଣ୍ଟନକୁ ଦେଖି ଅନେକ ନେତା ଓ କର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ ହୋଇଛନ୍ତି। ଅନ୍ୟ ଦୃଷ୍ଟିରେ ଦେଖିଲେ ରାଜନୀତିରେ ସଂପୂର୍ଣ୍ଣ ଭାବେ ନୂଆ ଚେହେରାଙ୍କୁ ନେଇ ଏଥର ଭଦ୍ରକର ଲୋକସଭା ନିବାଚନ ମଇଦାନ ବେଶ୍‌ ଚର୍ଚ୍ଚାରେ ରହିଛି। ୪୮ ବର୍ଷର ରାଜନୈତିକ ଜୀବନ ବିତାଇଥିବା ପୁରୁଖା ବିଜେଡି ନେତା, ଦଳର ଜିଲ୍ଲା ସଭାପତି ତଥା ଭଦ୍ରକ ଲୋକସଭାର ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଏଥର ଦଳ ଆଉ ଟିକଟଦେଇ ନାହିଁ କି ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ବି ଦଳ ଟିକଟ ଦେଲା ନାହିଁ। ବିଜେଡିର ଏଭଳି ଶକ୍ତ ଅପମାନଙ୍କୁ ସହ୍ୟ କରି ନପାରି ଶେଷରେ ବାଧ୍ୟ ହୋଇ ଅର୍ଜୁନ ଓ ତାଙ୍କ ପୁତ୍ର ଅଭିମନ୍ୟୁ ଶଙ୍ଖ ଛାଡି ବିଜେପି ଶିବିରରେ ମିଶି ପଦ୍ମ ଧରିଛନ୍ତି। ବିଜେପି ମଧ୍ୟ ନବାଗତ ଅଭିମନ୍ୟୁଙ୍କୁ ନେଇ ଭଦ୍ରକ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ କରିଛି। ବିଜେପି ଅଭିମନ୍ୟୁଙ୍କୁ ନେଇ ନିର୍ବାଚନ ମଇଦାନରେ ନିଜର ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ଅଭିମନ୍ୟୁ ମଧ୍ୟ ନିଜର ରାଜନୈତିକ କ୍ୟାରିୟର ଏକ ଜାତୀୟ ଦଳରୁ ଆରମ୍ଭ କରିଥିବାରୁ ବେଶ୍‌ ଖୁସି ଅଛନ୍ତି।...

ଫୋଟୋ - http://v.duta.us/LNBpQAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/2ENOBgAA

📲 Get Bhadraknews on Whatsapp 💬