[gajapati] - ଆଞ୍ଚଳିକ କାର୍ଡ ଖେଳିଲେ ଶାହ : ୧୯ ବର୍ଷର ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିଦିଅ

  |   Gajapatinews

ପାରଳାଖେମୁଣ୍ଡି/ନବରଙ୍ଗପୁର/ଉମରକୋଟ : ବେକାର ହେଉ କି ବଙ୍ଗୀୟ ଭୋଟରଙ୍କ ନାଗରିକତା- ଏହିସବୁ ପ୍ରସଙ୍ଗ ଉତ୍‌ଥାପନ କରି ଆଞ୍ଚଳିକ କାର୍ଡ ଖେଳିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ସିଧାସଳଖ ଟାର୍ଗେଟ୍‌ କରି ୧୯ ବର୍ଷର ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିଦେବାକୁ ଆହ୍ବାନ ଦେବା ସହିତ ମୋଦୀ ସରକାରଙ୍କ ସପକ୍ଷରେ ଭୋଟ୍‌ ଦେବା ପାଇଁ ଆହ୍ବାନ ଦେଇଛନ୍ତି।

ବିଜେପି ସଭାପତି ଶ୍ରୀ ଶାହ ଆଜି ଓଡ଼ିଶା ଗସ୍ତରେ ଆସି ୨ଟି ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ପ୍ରଥମେ ସେ ଗଜପତି ଜିଲା କାଶୀନଗର ବ୍ଲକର ସିଦ୍ଧମଡ଼ଙ୍ଗଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ଏହି ସଭାରେ ସେ ବେକାରୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ୧୯ ବର୍ଷ ଶାସନ କଲେଣି, ଓଡ଼ିଶାର ବିକାଶ ପାଇଁ କିଛି କରିନାହାନ୍ତି। ଓଡ଼ିଶାର ହଜାର ହଜାର ଯୁବକ କାହିଁକି ଘରଛାଡ଼ି ସୁରଟ ଯାଉଛି ବୋଲି ସେ ପ୍ରଶ୍ନ କରି କହିଥିଲେ, ବିଜେପି ଆସିଲେ ଓଡ଼ିଶା ଯୁବକଙ୍କୁ ରାଜ୍ୟ ଛାଡ଼ି ଯିବାକୁ ପଡ଼ିବନି ବୋଲି କହିଥିଲେ।...

ଫୋଟୋ - http://v.duta.us/lVssagAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/8TS-yAAA

📲 Get Gajapatinews on Whatsapp 💬