[ganjam] - ଗାଁର ପରିତ୍ୟକ୍ତ ପୋଖରୀରୁ ପଙ୍କ ସଫା ବେଳେ ଦେଢ଼ ବର୍ଷ ହେଲା ନିଖୋଜ ଥିବା ଯୁବକଙ୍କ ନରକଙ୍କାଳ ମିଳିଲା

  |   Ganjamnews

ବ୍ରହ୍ମପୁର: ବ୍ରହ୍ମପୁର ଦେଢ଼ ବର୍ଷ ହେଲା ନିଖୋଜ ଯୁବକଙ୍କ ପରିତ୍ୟକ୍ତ ପୋଖରୀରୁ ମିଳିଲା ନର କଙ୍କାଳା ମିଳିବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗାଁ ପୋଖରୀରୁ ପଙ୍କଉଦ୍ଧାର ଚାଲିଥିବା ବେଳେ ଦୁଇଟି ଅଖା ବ୍ୟାଗ୍‌ରୁ ଖଣ୍ଡବିଖଣ୍ଡ ନରକଙ୍କାଳ ମିଳିଛି। ବ୍ୟାଗ୍‌ ଖୋଲିବା ପରେ ସେଥିରୁ ଏକ ରକ୍ତା ଭିଜା ସାର୍ଟ ମିଳିଥିଲା। ଗୋଟିଏ ଅଖାରେ ଗୋଡର କଙ୍କାଳ ରହିଥିବା ବେଳେ ଅନ୍ୟ ଅଖାଟିରେ ଖପୁରୀ ଓ ପିଞ୍ଜରା ହାଡ ରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ କରୁଥିବା ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଥିଲେ ।

ଖବର ପ୍ରଘଟ ହେବା ପରେ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଙ୍କାଳଟିକୁ ଉଦ୍ଧାର କରି ସେହି ଗ୍ରାମର ଗତ ଦେଢ ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ନିଖୋଜ ରହିଥିବା କାଳୁ ପ୍ରଧାନଙ୍କ ଖଣ୍ଡ ବିଖଣ୍ଡିତ ନର କଙ୍କାଳ ବୋଲି ପୁଲିସ ଉପସ୍ଥିତିରେ ପରିବାର ବର୍ଗ ଚିହ୍ନଟ କରିଛନ୍ତି । ଘଟଣା ସମ୍ପର୍କରେ ମୃତ କାଳୁଙ୍କ ପତ୍ନୀ ସୁଲଭ ପ୍ରଧାନଙ୍କ ଏତଲାକୁ ଭିତ୍ତି କରି ପୁଲିସ କେସନଂ ୨|୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା ଆରମ୍ଭ କରିଥିଲା ।କଙ୍କାଳ ହାଡଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ସେଠାରୁ ରିପୋର୍ଟ ଆସିବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି ।...

ଫୋଟୋ - http://v.duta.us/S0TMCAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/fO5WNQAA

📲 Get Ganjamnews on Whatsapp 💬