[ganjam] - ଜେଲ୍‌ରୁ ନିର୍ବାଚନ ଲଢ଼ୁଛନ୍ତି ବ୍ରହ୍ମପୁରର ପ୍ରଥମ ମେୟର, ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି ପତ୍ନୀ

  |   Ganjamnews

ବ୍ରହ୍ମପୁର : ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ୁଛନ୍ତି ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର୍‌ ଶିବଶଙ୍କର ଦାଶ ଓରଫ ପିଣ୍ଟୁ। ତାଙ୍କ ପାଇଁ ପତ୍ନୀ ଆଶା କୁମାରୀ ଏବେ ପ୍ରଚାରର ମଙ୍ଗ ଧରିଛନ୍ତି। ବର୍ତ୍ତମାନ ନିବାଚନକୁ ନେଇ ରାଜନୀତି ସରଗରମ ହୋଇ ଉଠୁଥିବାବେଳେ ଏହା ଏବେ ବ୍ରହ୍ମପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୦୮ରେ ପିଣ୍ଟୁ ଶାସକ ବିଜେଡି ଟିକେଟରେ କର୍ପୋରେଟର ହୋଇ ନବଗଠିତ ବିଏମ୍‌ସିର ପ୍ରଥମ ମେୟର ହୋଇଥିଲେ। ୨୦୧୩ ପୁଣି ପୌର ନିର୍ବାଚନରେ ଶାସକ ଦଳ ଟିକେଟରେ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ। ତେବେ ଦଳରେ ମତପାର୍ଥକ୍ୟ ଯୋଗୁଁ ପିଣ୍ଟୁ ୨୦୧୪ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଓ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇ ପ୍ରାୟ ୨୫ହଜାର ଭୋଟ ପାଇଥିଲେ। ଏହା ପର ଠାରୁ ପିଣ୍ଟୁ ବିଭିନ୍ନ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ଯାଇଥିଲେ। ତାଙ୍କ ନାମରେ ପୁଲିସ ଗୋଟିଏ ପରେ ଗୋଟିଏ କରି ଏ ପର୍ଯ୍ୟନ୍ତ ମୋଟ ୩୮ଟି ମାମଲା ରୁଜୁ କରିସାରିଛି। ସେ ୩୬ଟି ମାମଲାରେ ଅଦାଲତରୁ ଜାମିନ୍‌ ପାଇଥିବା ବେଳେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୨ଟି ଆଟ୍ରସିଟି ମାମଲା(ଦଳିତଙ୍କ ଜମି ହଡ଼ପ୍‌)ରେ ତାଙ୍କୁ ଜାମିନ୍ ମିଳିପାରି ନାହିଁ। ପିଣ୍ଟୁ ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ତାଙ୍କ ୧୦ ବର୍ଷ ରାଜନୈତିକ କ୍ୟାରିୟର୍‌ ଭିତରେ ଦୁଇ ପର୍ଯ୍ୟାୟରେ ସେ ପ୍ରାୟ ଦେଢ଼ ବର୍ଷ ଜେଲ୍‌ରେ କାଟି ସାରିଲେଣି।...

ଫୋଟୋ - http://v.duta.us/_K-BpQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/A1w-0QAA

📲 Get Ganjamnews on Whatsapp 💬