[jagatsinghpur] - ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ରାଜନୀତି : ପୁଅ ବିରୋଧରେ ପ୍ରଚାର କରିବେ କି ଦାମ ?

  |   Jagatsinghpurnews

ଜଗତସିଂହପୁର : ବିଜେପି କ୍ୟାମ୍ପରେ ବାପା । ବିଜେଡି ଶିବିରରେ ପୁଅ । ଦାମ-ସମ୍ବିତଙ୍କୁ ନେଇ ଚର୍ଚ୍ଚା । ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଗୋଟିଏ ପରିବାରର ଏହି ଦୁଇ ସଦସ୍ୟ ଏବେ ଭିନ୍ନଭିନ୍ନ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ । ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ରହିଆସୁଥିବା ଦାମ ବାବୁ, ପୁଅ ସମ୍ବିତଙ୍କ ବିରୋଧରେ ପ୍ରଚାର କରିବେ କି ? ପୁଅ ବିରୋଧରେ କ’ଣ କହିବେ ବାପା ? ନବୀନ ସରକାରକୁ ହଟାଇବା ପାଇଁ ଆହ୍ୱାନ ଦେଉଥିବା ଦାମ ବାବୁ, ପୁଅ ବିରୋଧରେ ଚୁପ୍ ରହିବା ସମ୍ଭବ କି ? ଏଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଚାରିପାଖରେ ଘୁରିବୁଲୁଛି ଜଗତସିଂହପୁର ଜିଲ୍ଲା ରାଜନୀତି ।

ବିଜେଡି ରାଜନୀତିରେ ଥିଲାବେଳେ ପ୍ରତିପକ୍ଷଙ୍କ ବିରୋଧରେ ଶାଣିତ ଟିପ୍ପଣୀ କରୁଥିବା ଦାମୋଦର ରାଉତ, ଏବେ ବିଜେପି ଶିବିରରେ ରହି ବିଜେଡି ବିରୋଧରେ ବର୍ଷୁଛନ୍ତି । ବିଶେଷ କରି ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେବା ପରେ ନବୀନ ସରକାରକୁ ହରାଇବା ଲାଗି ଆକ୍ରମଣକୁ ଜୋରଦାର କରିଛନ୍ତି । ସେପଟେ ପାରାଦୀପରେ ବିଜେଡିକୁ ପ୍ରତିନିଧିତ୍ୱ କରୁଛନ୍ତି ପୁଅ ସମ୍ବିତ ରାଉତରାୟ ।...

ଫୋଟୋ - http://v.duta.us/qEw2fwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tJGLygAA

📲 Get Jagatsinghpurnews on Whatsapp 💬