[jajpur] - ସୁନନ୍ଦାଙ୍କ ମୁଣ୍ଡରେ ସୁନା କଳସ

  |   Jajpurnews

ଯାଜପୁର ରୋଡ଼/ବରୀ: ମୁକ୍ତି ସଂଗ୍ରାମର ପବିତ୍ର ମାଟିରେ ରୋଚକ ମୋଡ଼ ନେଇଛି ରାଜନୀତି। ରାଜନୈତିକ ହଟସିଟରେ ବସିଥିବା ହାଇପ୍ରୋଫାଇଲ ନେତା ଦେବାଶିଷ ନାୟକଙ୍କୁ ଦଳ ଏଥର ଭରସା କରି ନପାରି ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଥିବା ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦାଙ୍କ ମୁଣ୍ଡରେ ଦଳ ସୁନା କଳସ ଥାପିଛି। ସୁନନ୍ଦା ଟିକଟ ପାଇବା ପରେ ବବିଙ୍କ ମାଷ୍ଟର ଷ୍ଟ୍ରୋକ ବରୀରେ କାମ ଦେଇଛି ବୋଲି ଚର୍ଚା ଜୋର ଧରିଛି। ସେପଟେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାର ସହିତ ଘନିଷ୍ଠ ସମ୍ପର୍କ ରଖିଥିବା ଦେବାଶିଷଙ୍କୁ ହଟାଇବାରେ ‌ସଫଳ କେତେକ ନେତା ସଫଳ ହୋଇଛନ୍ତି।

ପଦ୍ମଛାଡ଼ି ଅପରାହ୍ଣରେ ନବୀନ ନିବାସରେ ଶଙ୍ଖ ଧରିଥିବା ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ। ସଂଧ୍ୟାରେ ଦଳର ହାଇକମାଣ୍ଡ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ସୁନନ୍ଦା ଟିକଟ ପାଇବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସେ ବରୀ ଫେରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ଯୋଜନା ଚାଲିଛି।...

ଫୋଟୋ - http://v.duta.us/k9EoNwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/u4wFLwAA

📲 Get Jajpurnews on Whatsapp 💬