[kalahandi] - କାଲି ଶଙ୍ଖ ଛାଡ଼ିଲେ, ଆଜି ପଦ୍ମ ଧରିବେ: ବିଜେପିରେ ମିଶିବେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

  |   Kalahandinews

ମୟୂରଭଞ୍ଜ: ବିଜୁ ଜନତା ଦଳ(ବିଜେଡି)ରୁ ଟିକେଟ୍‌ ନପାଇବା ପରେ ଦଳ ଛାଡ଼ିଥିବା ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେବେ ବୋଲି ସୂଚନା ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତରେ ଦଳରେ ଯୋଗ ଦେବେ ବେଲି ଚର୍ଚ୍ଚା ହେଉଛି। ସେଥିପାଇଁ ପ୍ରବୀଣ ଭଞ୍ଜଦେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ କାର୍ଯ୍ୟକ୍ରମରେ ପହଞ୍ଚି ଉପସ୍ଥିତ ରହିଛନ୍ତି। କାର୍ଯ୍ୟକ୍ରମ ମଝିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତରେ ପଦ୍ମ ଧରିବେ ପୂର୍ବତନ ବିଜେଡି ନେତା।

ଉଲ୍ଲେଖଯୋଗ୍ୟ, ଦଳରୁ କୌଣସି ଟିକେଟ୍‌ ନ ମିଳିବା ପରେ ସେ ସୋମବାର ବିଜେଡିର ପ୍ରଥମିତ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦଳ ଛାଡ଼ିଥିଲେ। କେବଳ ସେତିକି ନୁହେଁ ଭଞ୍ଜଦେଇ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ପଦରୁ ମଧ୍ୟ ଗତକାଲି ଇସ୍ତଫା ଦେଇଥିଲେ।...

ଫୋଟୋ - http://v.duta.us/oDMgdAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/XK7D8AAA

📲 Get Kalahandinews on Whatsapp 💬