[puri] - ବନ୍ଦ କଲେନି ଅନ୍ନଦାନ ଭୋଗ ଆଟିକା

  |   Purinews

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ସହ ମିଶି ଶୋଷଣ କରିବ ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ। ଏ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ବି ଦଳିଚକଟି ଦିଆଯାଇଛି। ନିଜ ମର୍ଜିରେ ଭକ୍ତଙ୍କଠାରୁ ଦାନ ଗ୍ରହଣ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ସେଥି ପାଇଁ ଅଫିସରମାନେ ସୁପ୍ରିମ୍‌କୋର୍ଟଙ୍କୁ ଚକ୍‌ମା ଦେଖାଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଏହା ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଦାଖଲ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସେଥିରେ ୧୨ଟି ପଏଣ୍ଟ କାର୍ଯ୍ୟକାରୀ କରିବାକୁ ଥିଲା ଆଦେଶ। ଏହି ୧୨ଟି ପଏଣ୍ଟରୁ ଗୋଟିଏ ଥିଲା ଶ୍ରୀମନ୍ଦିରରେ ପ୍ରଚଳିତ ଅନ୍ନଦାନ ଭୋଗ ଆଟିକା ବ୍ୟବସ୍ଥା ଉଚ୍ଛେଦ। ଏହି ନାମରେ କୌଣସି ଦାନ ଭକ୍ତଙ୍କଠାରୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିର ପ୍ରଶାସନ ତତ୍କାଳ ପଦକ୍ଷେପ ମଧ୍ୟ ନେଇଥିଲା। ହେଲେ ସିଧାସଳଖ ବାଧା ଦେଇଥିଲେ ଏହି ଦାନରୁ ଲାଭ ପାଉଥିବା ସେବକମାନେ। ଉଠିଥିଲା ଆପତ୍ତି। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ‌ଥିବାରୁ ମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲା। ସୁପ୍ରିମକୋର୍ଟଙ୍କୁ ଚକ୍‌ମା ଦେଇ ଦାନ ସଂଗ୍ରହ ପାଇଁ ହେଲା ନୂଆ ବ୍ୟବସ୍ଥା। ପ୍ରସ୍ତୁତ ହେଲା ଗଳାବାଟ।...

ଫୋଟୋ - http://v.duta.us/YzoDtAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aLhbjAAA

📲 Get Purinews on Whatsapp 💬