[rayagada] - ରାୟଗଡ଼ାରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା

  |   Rayagadanews

ରାୟଗଡା ଅଫିସ୍‌, ୨।୪- ଶହୀଦ ଲକ୍ଷ୍ମଣ ନାୟକ ସ୍ପୋଟର୍‌ସ ଆଣ୍ଡ କଲ୍‌ଚରାଲ ୟୁଥ୍‌ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷିଣ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଏସ୍‌ପି ଭି.ଆର୍‌ ରାଓ ମୁଖ୍ୟ ଅତିଥି, ଏସ୍‌ଡିପିଓ ତପନ ରଥ, ଉତ୍କଳ ଆଲୁମିନା ବରିଷ୍ଠ ମହାପ୍ରବନ୍ଧକ ରାକେଶ ମିଶ୍ର ଓ ଜିଲା କଂଗ୍ରେସ କମିଟି ସଭାପତି ତଥା ଆଇନଜୀବୀ ଦୁର୍ଗାପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ରାୟଗଡା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାରୁ ୫୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ରାୟଗଡାର ସୁଶାନ୍ତ ମିଣିଆକା ପ୍ରଥମ, ଜି.କିଶୋର ଦ୍ୱିତୀୟ ହୋଇଥିଲେ। ଉଚ୍ଚସ୍ତରୀୟ ପ୍ରଦର୍ଶକ ଭାବେ ଟିଟିଲାଗଡର ଚନ୍ଦ୍ରକାନ୍ତ ଓ ମସଲାର ଭାବେ ରାୟଗଡା ଚନ୍ଦ୍ରଶେଖର ରାଓ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ ସଂଘ ଉପଦେଷ୍ଟା ତଥା ଓକିଲ ସଂଘ ସମ୍ପାଦକ ପଦ୍ମନାଭ ଦାଶ, ସୁଶାନ୍ତ ପ୍ରଧାନ, ସଭାପତି ଦୋରା କଣ୍ଡାଗରୀ, ସମ୍ପାଦକ ତେଜାବ ସୁନା ପରିଚାଳନା କରିଥିଲେ।

ଫୋଟୋ - http://v.duta.us/3WueSwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/nScHPAAA

📲 Get Rayagada News on Whatsapp 💬