[rayagada] - ୨ ଛାତ୍ରୀନିବାସ ବନ୍ଦ ନ କରିବାକୁ ଦାବି

  |   Rayagadanews

ତେନ୍ତୁଳିଖୁଣ୍ଟି,୨ା୪(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମାରେ ୨ବର୍ଷ ତଳେ ନିର୍ମାଣ ହୋଇ ଶେଷ ହୋଇଥିବା ଛାତ୍ରୀନିବାସ ବର୍ତ୍ତମାନ ଯାଏ ଖୋଲାଯାଇ ଅନ୍ତେବାସୀ ଗ୍ରହଣ ଆରମ୍ଭ କରାଯାଇନି । ଏପରି ସ୍ଥଳେ ତଫସିଲଭୁକ୍ତ ଜାତି ଓ ଜନଜାତି ଛାତ୍ରୀଙ୍କ ପାଇଁ ଡେଙ୍ଗାଗୁଡା ଓ ଦେଓପାଲିରେ ଥିବା ଛାତ୍ରୀନିବାସ ବନ୍ଦ କରିବା ପାଇଁ ଜିଲା ମଙ୍ଗଳ ଅଧିକାରୀ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ କହିଥିବା ଏବଂ ସେଠରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବନ୍ଦ ହେବାର କାରଣ ଛାତ୍ରୀମାନଙ୍କ ସୁରକ୍ଷା ବୋଲି କୁହାଯାଉଛି । ଏହି ଅଞ୍ଚଳରେ ସହଜରେ ତଫସିଲଭୁକ୍ତ ଜାତି ଓ ଜନଜାତି ଛାତ୍ରୀମାନଙ୍କ ଶିକ୍ଷା ପ୍ରତି ଆଗ୍ରହ କମ । ଏଣୁ ମାଟ୍ରିକ ପାସ ପ୍ରାର୍ଥୀ ଅଙ୍ଗନଓ୍ବାଡି ଭଳି ପଦବୀ ପାଇଁ ବିଜ୍ଞାପନ ବାହାରିଲେ ମିଳୁନାହାନ୍ତି । ଏପରି କ୍ଷେତ୍ରରେ ଅନ୍ତେବାସୀଙ୍କୁ ପରିତ୍ୟାଗ ପ୍ରମାଣପତ୍ର ଦେଲେ ସେମାନଙ୍କ ପାଇଁ ବିକଳ୍ପ କଣ । କାରଣ ବିଜ୍ରାଗୁଡା, କଟ୍ରାଗୁଡା ବ୍ୟତୀତ ପାଖାପାଖି ଅଞ୍ଚଳରେ ଛାତ୍ରୀନିବାସ ନାହିଁ । ଦୁଇଟି ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ କେଉଁଠି ପାଠ ପଢିବେ । ଯଦି ସୁରକ୍ଷା ବିଷୟ ତେବେ ଏପ୍ରିଲରୁ ଜୁନ ମାସ ମଧ୍ୟରେ କଣ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇପାରିବ ନାହିଁ । ତେନ୍ତୁଳିଖୁଣ୍ଟିରେ ସୁରକ୍ଷା ବାହାନାରେ ଛାତ୍ରୀନିବାସ ଖୋଲାଯାଇ ନଥିବା ଏବଂ ବର୍ତ୍ତମାନ ଥିବା ଛାତ୍ରୀନିବାସ ବନ୍ଦ କରାଯାଉଥିବା ତଫସିଲଭୁକ୍ତ ଜାତି ଓ ଜନାଜତି ଛାତ୍ରୀଙ୍କ ପାଇଁ ଅନ୍ୟାୟ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ପଚାରିବାରୁ ଛାତ୍ରୀନିବାସ ଆଉ ବନ୍ଦ କରାଯିବନି ବିକଳ୍ପ ପାଇଁ ପ୍ରଧାନଶିକ୍ଷକଙ୍କୁ କହିବି ବୋଲି କହିଛନ୍ତି । ଏପ୍ରିଲ ୬ ମଧ୍ୟରେ ଯଦି କିଛି ନିଷ୍ପତ୍ତି ଉପରସ୍ତରରୁ ଲିଖିତ ଭାବେ ନ ଆସେ ତେବେ ସରକାରୀ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବୁ ବୋଲି କହିଛନ୍ତି । ଛାତ୍ରୀନିବାସ ବନ୍ଦ କଲେ ଦେଓପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସର ଅନ୍ତେବାସୀ ଓ ଅଭିଭାବକ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଫୋଟୋ - http://v.duta.us/Q6W0uQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3L0ZyQAA

📲 Get Rayagada News on Whatsapp 💬