[sambalpur] - ଆଜି ଭବାନୀପାଟଣା ଆସିବେ ମୋଦି

  |   Sambalpurnews

ଭବାନୀପାଟଣା,୨।୪(ଡି.ଏନ.ଏ.): ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଭବାନୀପାଟଣା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ସୋମବାର ଏସ୍‌ପିଜି ଅଧିକାରୀମାନେ ସଭାସ୍ଥଳ କ୍ରିଷ୍ଣା ନଗର ପଡ଼ିଆ ପରିଦର୍ଶନ କରିବା ସହିତ ଜିଲା ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କ୍ରିଷ୍ଣା ନଗରରେ ପହଞ୍ଚତ୍ବା ପରେ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି। ସମଗ୍ର ସଭାସ୍ଥଳ ସିସିଟିଭି କ୍ୟାମେରା ନଜରରେ ରହିବ। ସଭାଗୃହ ଓ ଆଖପାଖରେ ୨୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ସହ ବିଏସ୍‌ଏଫ୍‌, ଡିଭିଏଫ୍‌, ଟେକ୍‌ନିକାଲ ୟୁନିଟ, ବୋମା ନିଷ୍କ୍ରିୟକାରୀ ଦଳ, କୁଇକ ଆକ୍ସନ ଟିମ୍‌ ନିୟୋଜିତ ରହିବେ। ସୁରକ୍ଷା ଦାୟିତ୍ୱରେ ୩ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ପୋଲିସ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଫୋଟୋ - http://v.duta.us/ZbR79AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/hnqIJAAA

📲 Get Sambalpur News on Whatsapp 💬