[sambalpur] - କ୍ୟାବିନ ଜଳିଗଲା

  |   Sambalpurnews

ଘଣ୍ଟାପଡ଼ା,୨ା୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ମେଡିକାଲ ଛକରେ ଜନୈକ ଦୋକାନୀଙ୍କ କ୍ୟାବିନ୍‌ ଜଳିଯାଇଛି। ସବୁଦିନପରି ସୋମବାର ରାତିରେ ଦୋକାନୀ ମାର୍ଗଶିର ବାଘ(୨୬) ଶୋଇବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। ମଧ୍ୟରାତିରେ ତାଙ୍କ କ୍ୟାବିନ୍‌ ଜଳିବା ସହ ଦୋକାନରେ ଥିବା ଥଣ୍ଡାପାନୀୟ ବୋତଲଗୁଡ଼ିକ ଫୁଟିଥିଲା। ଏହାର ଶବ୍ଦ ଶୁଣି ମାର୍ଗଶିର ଆସି ଦୋକାନ ଜଳୁଥିବା ଦେଖିଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିଲା ବେଳକୁ କ୍ୟାବିନ୍‌ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ପ୍ରକାଶ ଯେ, ବାଘ ୩ ବର୍ଷ ହେବ ଶ୍ୱଶୁର ଘରେ ରହି ଏହି ଛକରେ କ୍ୟାବିନ ପକାଇ ବିଭିନ୍ନ ସାମଗ୍ରୀ ରଖି ପରିବାର ପ୍ରତିପୋଷଣ କରୁଥିଲେ। ସୋମବାର ସନ୍ଧ୍ୟାରେ ୩ ଅଜଣା ଯୁବକ ତାଙ୍କୁ ଆସି ସିଗାରେଟ୍‌ ମାଗିଥିଲେ। ସିଗାରେଟ୍‌ ଟାଣି ସାରିବା ପରେ ଜଣେ ଯୁବକ ତାଙ୍କ ଦୋକାନରୁ ପେଟ୍ରୋଲ ବୋତଲଟିଏ ନେଇଯାଇଥିଲେ। ବାଘ ପଇସା ମାଗିବାରୁ ସେମାନେ ଗାଡି ଷ୍ଟାର୍ଟ କରି ପଳାଇଥିଲେ। ବାଘ ସେମାନଙ୍କ ପିଛା କରିଥିଲେ ମଧ୍ୟ ପାଇନଥିଲେ। ତେବେ ଏହି ଅଜଣା ଯୁବକମାନେ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। ଏନେଇ ସ୍ଥାନୀୟ ଫାଣ୍ଡିରେ ବାଘ ଏତଲା ଦେଇଥିବା ଜଣାପଡ଼ିଛି।

ଫୋଟୋ - http://v.duta.us/oK-VbAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/YEKTggAA

📲 Get Sambalpur News on Whatsapp 💬