[sambalpur] - ପ୍ରଶାସନ ଭୁଲିଗଲା, ପିଲାଏ ପାଳିଲେ ଓଡିଶା ଦିବସ

  |   Sambalpurnews

ବୀରମହାରାଜପୁର, ୨ା୪(ଡି.ଏନ୍‌.ଏ.): ନିର୍ବାଚନୀ ଘନଘଟା ଭିତରେ ଏଥର ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପବିତ୍ର ଓଡିଶା ଦିବସ ପାଳନ କରାଗଲା ନାହିଁ। ପ୍ରତିବର୍ଷ ଏପ୍ରିଲ ପହିଲା ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନ କ୍ରମେ ଏହି ଦିବସକୁ ପାଳନ କରାଯାଉଥିବା ବେଳେ ଏଥର ତାହା କରାଗଲା ନାହିଁ। ସୋମବାର ଦିନତମାମ ଏପରିକି ସନ୍ଧ୍ୟା ବେଳେ ମଧ୍ୟ ଏହି ଦିବସରେ ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ଦୀପଟିଏ ଜଲାଗଲା ନାହିଁ କିମ୍ବା ଫୁଲଟିଏ ଦିଆଗଲା ନାହିଁ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ସେହିଭଳି ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇ ଆସୁଥିବା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅପ୍ରତ୍ୟାଶିତ ଭାବେ ବନ୍ଦ ହୋଇଯିବାରୁ ତାହା ଛାତ୍ରୀଛାତ୍ରମାନଙ୍କୁ ନିରାଶ କରିଛି। ଏ ସମ୍ପର୍କରେ ସ୍ଥାନୀୟ ଉପଜିଲାପାଳ ସୁବ୍ରତ କୁମାର ବେହେରାଙ୍କୁ ପଚରାଯିବାରୁ କହିଛନ୍ତି ଯେ, ଏଠାରେ ସରକାରୀ ଭାବେ ପାଳନ କରାଯାଉଥିବା ଓଡିଶା ଦିବସ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥାଏ। ତେବେ ତହିଁରେ ବ୍ୟତିକ୍ରମ ହେବା କ୍ଷୋଭର ବିଷୟ। ଏଥିପାଇଁ ଲୋକ ସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି। ତେଣେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓଡିଶା ଦିବସ ସମାରୋହ ପାଳନ ସକାଶେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଲୋଡାଯାଇଥିଲା। କିନ୍ତୁ ତାହା ମିଳିବାରେ ବଳମ୍ବ ଘଟିବାରୁ ଆୟୋଜନ ସମ୍ଭବପର ହେଲାନାହିଁ।

ଫୋଟୋ - http://v.duta.us/xC8G7gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uNHczQAA

📲 Get Sambalpur News on Whatsapp 💬