[sambalpur] - ବିଜେଡିର ପ୍ରୋଜେକ୍ଟର ମାଧ୍ୟମରେ ନିର୍ବାଚନୀ ପ୍ରଚାର

  |   Sambalpurnews

ହେମଗିର, ୨।୪ (ଡି.ଏନ.ଏ)- ନିର୍ବାଚନର ବିଗୁଲ ବାଜି ସାରିଥିବା ବେଳେ ରାଜନୈତିକ ଦଳମାନ ପ୍ରଚାରର ବିଭିନ୍ନ ଶୈଳୀ ଆପଣେଇବା ଆରମ୍ଭ କରିଛନ୍ତି। ହେମଗିର ବ୍ଲକରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଚାର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟୀତ୍ୱ କୋ-ଅଡିନେଟର ଶାନ୍ତ ଧୃଆ ନିର୍ବାହ କରୁଛନ୍ତି। ହେମଗିର ବ୍ଲକର କନିକାଠାରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବିଜେଡ଼ି ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକଙ୍କୁ ଏହି ଯନ୍ତ୍ରର ଜୀବନ୍ତ ଚିତ୍ର ମାଧ୍ୟମରେ ଦେଖାଉଛନ୍ତି। ଏହି ସମୟରେ ବିଜେଡିର ସଦର ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ଯୋଗଦେଇ ଶଙ୍ଖ ଚିହ୍ନରେ ମୋହରମାରି ଦଳୀୟ ପ୍ରର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ମୁସ୍ତାକ ଫେନସି, ମିଲନ ନାଏକ, ପ୍ରକାଶ ବହିଦାର, ମୂରଲୀ ବନଛୋର, ପରଭେଜ ଅକତର, ଉପେନ୍ଦ୍ର ଭୋଇ, କାୟୁମ ମିଆଁ, ମୁନୁ ଘୋଷ, ସେହେନୁଆଜ ଅକତର, ଛବିରାଣୀ ସରକାର, ସୁନ୍ଦରଲାଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/w_YXmQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/RpV4pgAA

📲 Get Sambalpur News on Whatsapp 💬