[upakula-odisha] - ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ପାପ ମୋଚନୀ ଏକାଦଶୀ

  |   Upakula-Odishanews

ଓଡ଼ଗାଁ, ୨ା୪(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୋମବାର ଚୈତ୍ର କୃଷ୍ଣ ପାପ ମୋଚନୀ ଏକାଦଶୀ ତିଥିରେ ଦୈନନ୍ଦିନ ନୀତି ପରେ ମଧ୍ୟାହ୍ନରେ ଶ୍ରୀଜୀଉଙ୍କ ଚକା ଅପସର ନୀତି ଆରମ୍ଭ ହୋଇଥିଲା । ରତ୍ନବେଦୀ ଉପରେ ଶ୍ରୀଜୀଉଙ୍କୁ ଶୁଭ୍ର ବସ୍ତ୍ର ପରିଧାନ କରାଇବା ସହିତ ପଣାଭୋଗ ଓ ପଞ୍ଚ ଉପଚାରରେ ନୈବେଦ୍ୟ ଅର୍ପଣ ପରେ ପୂଜାପଣ୍ଡାମାନେ ଶ୍ରୀଜୀଉଙ୍କୁ ଭୋଗ ମଣ୍ଡପକୁ ବିଜେ କରାଇଥିଲେ। ଏହି ସମୟରେ ମନ୍ଦିର ଚତୁର୍ଦିଗରୁ ସାଧାରଣ ପ୍ରବେଶ ନିଷେଧ କରାଯାଇଥିଲା। ଦକ୍ଷିଣ ଦ୍ୱାରରେ ଟେରା ବନ୍ଧା ସରିବା ପରେ ଚିତ୍ରକର ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କ ଦିବ୍ୟ ଅବତାର ଗୁପ୍ତ ନୀତି ଆରମ୍ଭ ହୋଇଥିଲା । ଅପରାହ୍ନ ସାଢେ ୫ଟାରେ ପୁନଶ୍ଚ ପୂଜାପଣ୍ଡାଙ୍କ ଦ୍ୱାରା ଶ୍ରୀଜୀଉଙ୍କୁ ରତ୍ନବେଦୀରେ ଅସ୍ଥାନ କରାଇ ମହାସ୍ନାନ, ଖଟନୀ, ଚନ୍ଦନ, ତୁଳସୀ ଲାଗିହୋଇ ସନ୍ଧ୍ୟାରେ ଭୋଗଲାଗି ହେବା ସହିତ କର୍ପୂର ଆଳତି, ମହା ଆଳତି ଲାଗି କରାଯାଇଥିଲା। ଶ୍ରୀଜୀଉଙ୍କ ବିଜେ ପ୍ରତିମା ମଣି ବିମାନରେ ବିଜେ ହୋଇ ମନ୍ଦିର ବେଢା ପରିକ୍ରମା କରିବା ସହିତ ସୂର୍ଯ୍ୟ ମନ୍ଦିର ନିକଟରେ ଏକାଦଶୀ ପୁରାଣ ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଶ୍ରୀଜୀଉଙ୍କ ବିଜେ ପ୍ରତିମା ଏକାଦଶୀ ଖଟୁଲିକୁ ବିଜେ ହୋଇ ପାଳିଆ ପଣ୍ଡାଙ୍କ ଦ୍ୱାରା ରୌପ୍ୟ ପାତ୍ରରେ ନୈବେଦ୍ୟ ଅର୍ପଣ କରାଯାଇ ଆଳତି ପରେ ପ୍ରଭୁ ରତ୍ନବେଦୀକୁ ବିଜେ କରିଥିଲେ। ସୂଚନା ଅନୁସାରେ ଓଡ଼ଗାଁରେ ବିଜେ ଶ୍ରୀଜୀଉଙ୍କ ଅଦ୍ୟାବଧି ନବକଳେବର ହୋଇ ନ ଥିବାବେଳେ ପ୍ରତିବର୍ଷ ଏହି ଦିନଠାରୁ ଶ୍ରୀଜୀଉଙ୍କ ଦିବ୍ୟ ଅବତାର ନୀତି ଅର୍ଥାତ୍‌ ବନକ ଲାଗି ଅନୁଷ୍ଠିତ ହୋଇଥାଏ ।

ଫୋଟୋ - http://v.duta.us/N7l_dwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7wtN6gEA

📲 Get Upakula-odisha News on Whatsapp 💬