[upakula-odisha] - ସବରୀ ବିଜେଡି ରାଜନୀତି: ସୁନନ୍ଦାଙ୍କ ଉପରେ ଭରସା

  |   Upakula-Odishanews

ଯାଜପୁର ଅଫିସ,୧ା୪: ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସମିତି ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେ ନିକଟରେ ଭାଜପାରୁ ବିଜେଡିରେ ଯୋଗଦେଇ ଏହି ସଫଳତା ହାସଲ କରିଛନ୍ତି। ତେବେ ବିଧାୟକ ଦେବାଶିଷ ନାୟକ ୨୦୦୦ରୁ ଲଗାତାର ୪ଥର ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଆସିଥିବାବେଳେ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଛି। ଏହାସହ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଓ ସୁଲତା ଦେଓଙ୍କ ସମେତ ଯୁବନେତା ମନୋଜ ନାଏକ, ବିଜୟ ନାଏକ ପ୍ରମୁଖଙ୍କ ଆଶା ମଧ୍ୟ ଧୂଳିସାତ ହୋଇଯାଇଛି। ଭାଜପା ଭୋଟକୁ ଭାଗଭାଗ କରିବା ପାଇଁ ବିଜେଡିର ଏଭଳି ରଣନୀତି ପରୋକ୍ଷରେ ଭାଜପାକୁ ସହଯୋଗ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ପୂର୍ବରୁ ଧରିତ୍ରୀରେ ପ୍ରକାଶ ପାଇଥିବା ମହିଳା କାର୍ଡ ଆଣିପାରେ ପରିବର୍ତ୍ତନ ଶୀର୍ଷକ ଖବର ଏଠାରେ ସତ ହୋଇଛି। ଅନ୍ୟପକ୍ଷେ ଯାଜପୁର ଓ କୋରେଇ ଆସନ ଝୁଲି ରହିଥିବାରୁ ବିଜେଡି କର୍ମୀଙ୍କ ମଧ୍ୟରେ ଆଶା ଆଶଙ୍କା ବଢିବାରେ ଲାଗିଛି।...

ଫୋଟୋ - http://v.duta.us/sv-HigAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/1ItjQwAA

📲 Get Upakula-odisha News on Whatsapp 💬