[upakula-odisha] - ହାଜିପୁରରେ କୃଷି ବିଭାଗ କ୍ୱାର୍ଟର୍ସ ଭାଙ୍ଗିଦେଲେ ଦୁର୍ବୃତ୍ତ

  |   Upakula-Odishanews

ବିରିଡ଼ି,୨ା୪(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ହାଜିପୁରଠାରେ ଥିବା କୃଷି ବିଭାଗର ଏକ ସରକାରୀ କ୍ୱାର୍ଟର୍ସକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏଥିସହ କ୍ୱାର୍ଟସର କବାଟ, ଝରକା ଆଦି ତାଡ଼ି ନେଇ ପାଚେରି ଭାଙ୍ଗି ଦେଇଛନ୍ତି। ଏହି ସ୍ଥାନରେ ଥିବା ସରକାରୀ ଜମି ହାତେଇବା ପାଇଁ କ୍ୱାର୍ଟର୍ସକୁ ଜାଣିଶୁଣି ଭାଙ୍ଗି ଦିଆଯାଇଥିବା କୁହାଯାଉଛି। ଏଠାରେ ପ୍ରାୟ ୨୫ ରୁ ୩୦ ବର୍ଷ ତଳେ କୃଷି, ଗ୍ରାମସେବକଙ୍କ ପାଇଁ କ୍ୱାର୍ଟର୍ସଟି ନିର୍ମାଣ କରାଯାଇଥିଲା। କିନ୍ତୁ ଏଥିରେ କେହି ନ ରହିବାରୁ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ପରିଣତ କରାଯାଇଥିଲା। ଉକ୍ତ ସଂସ୍ଥା ଅଚଳ ହେବା ପରେ ଆଉ କେହି ଏଠାରେ ରହୁ ନ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ଭାଙ୍ଗିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛନ୍ତି। ଏ ସମ୍ପର୍କରେ ବିିରିଡ଼ି ସହକାରୀ କୃଷି ଅଧିକାରୀ ପ୍ରଦୀପ ବେଉରାଙ୍କୁ ପଚାରିବାରୁ ସେ କହିଲେ ଯେ, ଖବରପାଇ ସେ ଘରଟିକୁ ଦେଖି ଆସିଛନ୍ତି। ବିଭାଗର ଡେପୁଟି ଡାଇରେକ୍ଟରଙ୍କୁ ପଚାରି ଯାହା କିଛି କରିବି ବୋଲି ସେ କହିଛନ୍ତି।

ଫୋଟୋ - http://v.duta.us/Me3zbQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/RnLAiwAA

📲 Get Upakula-odisha News on Whatsapp 💬