[balangir] - ଟିଟିଲାଗଡ଼ ପଣ୍ୟାଗାର ନିଗମ ଗୋଦାମରେ ମାରାତ୍ମକ କେଳେଙ୍କାରୀ : ବସ୍ତାରୁ ଚାଉଳ କଢ଼ାଯାଇ ପାଣି ଢଳାଯାଉଛି

  |   Balangirnews

ଟିଟିଲାଗଡ଼ : ଗରିବ ଲୋକ ଓ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳାଯାଉଛି ସାଂଘାତିକ ଖେଳ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଚାଉଳର ବାଟମାରଣା ପାଇଁ କିଛି ଅସାଧୁ ବ୍ୟକ୍ତି ଅଭିନବ କୌଶଳ ଅବଲମ୍ବନ କରୁଥିବାର ଚାଞ୍ଚଲ୍ୟକର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି। ଚାଉଳ ପ୍ୟାକେଟ୍‌ ବିଭିନ୍ନ ପଞ୍ଚାୟତ ଓ ସ୍କୁଲକୁ ଯିବା ପୂର୍ବରୁ ସେଥିରୁ କାଢ଼ି ନିଆଯାଉଛି ନିର୍ଦ୍ଦିଷ୍ଟ ପରିମାଣର ଚାଉଳ। ବଦଳରେ ବସ୍ତାର ଓଜନ ପୂର୍ବବତ ରଖିବା ଲାଗି ସେଥିରେ ପାଣି ଡାଳି ଦିଆଯାଉଛି। ଚାଉଳ ଓଦା ହୋଇ ଫୁଲୁଛି ଓ ଓଜନ ବି ବଢ଼ୁଛି। ମାତ୍ର ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବେଳକୁ ଏହା ଖରାପ ହୋଇଯାଉଛି।

ଟିଟିଲାଗଡ଼ ସହର ନିକଟରେ ରହିଛି ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ ଗୃହ। ଟିଟିଲାଗଡ଼ ବ୍ଲକ ସହ ଜିଲ୍ଲାର ଅନ୍ୟ କେତେକ ବ୍ଲକକୁ ଏଠାରୁ ପିଡିଏସ୍‌ ଚାଉଳ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଯୋଗାଣ ହୋଇଥାଏ। ଅନେକ ସମୟରେ ଏହି ବଣ୍ଟନ ବ୍ୟବସ୍ଥାରେ କେଳେଙ୍କାରି ଦେଖିବାକୁ ମିଳୁଥିବା ବେଳେ କିଛି ଦିନ ଧରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କୁ ଓଦା ଓ ଗମରା ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ହେଉଥିଲା। ଚାଉଳରେ ପାଣି ମିଶାଯାଇ ଏହାର ଓଜନ ବଢ଼ାଯାଉଥିବା ସନ୍ଦେହ ଉଠିଥିଲା।...

ଫୋଟୋ - http://v.duta.us/4XkLOAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/OY3bIgAA

📲 Get balangirnews on Whatsapp 💬