[odisha] - ତୃତୀୟ ପର୍ଯ୍ୟାୟ ନିର୍ବାଚନ : ପିନାକୀ ସବୁଠୁ ଧନୀ, ଋଣରେ ବି ଆଗରେ

ଭୁବନେଶ୍ବର : ଆସନ୍ତା ୨୩ ତାରିଖ ତୃତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ପୁରୀ ଲୋକସଭାର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ସବୁଠୁ ଧନୀ। ତାଙ୍କର ସମୁଦାୟ ସମ୍ପତ୍ତି ୧୧୭.୪୭ କୋଟି। ସେ ମଧ୍ୟ ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ସର୍ବାଧିକ ଋଣ ନେଇଛନ୍ତି। ସେହିଭଳି, ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବ‌ା ପ୍ରାର୍ଥୀମାନଙ୍କ ମଧ୍ୟରୁ ସବୁଠୁ ଧନୀ ହେଉଛନ୍ତି ବଡ଼ମ୍ବା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୬.୩୨ କୋଟି। ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଏହି ତଥ୍ୟ ମିଳିଛି।

ଏଥିରୁ ୬୦ଜଣ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ସେମାନଙ୍କ ନାମରେ ଥିବା ବିଭିନ୍ନ ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ତଥ୍ୟକୁ ବିଶ୍ଲେଷଣ କକରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ବିଜେପିର ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ସେହିପରି ବିଏସ୍‌ପି ଓ ବିଜେଡିର ଜଣେ ଲେଖାଏଁ ପ୍ରାର୍ଥୀ ଏବଂ କଂଗ୍ରେସର ୫ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣଙ୍କ ନାମରେ, ଏସ୍‌ୟୁସିଆଇ(ସି)ର ଦୁଇ ଜଣ ପ୍ରାର୍ଥୀ ଏବଂ କଳିଙ୍ଗ ସେନାର ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ପୂର୍ବ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ଅଧିକ ଅପରାଧିକ ମାମଲା ଥିବାବେଳେ ଏହି ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀଙ୍କ ନାମରେ ଅଧିକ ଅପରାଧିକ ମାମଲା ରହିଛି। ଯେତେବେଳେ କି ବିଜେପି ଓ ଏସ୍‌ୟୁସିଆଇ (ସି)ର ୨ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମରେ, ବିଏସ୍‌ପି, କଂଗ୍ରେସର ଓ କଳିଙ୍ଗ ସେନାର ଜଣେ ଲେଖାଏଁ ପ୍ରାର୍ଥୀଙ୍କ ଗୁରୁତର ଅପରାଧିକ ମାମଲା ରହିଛି।...

ଫୋଟୋ - http://v.duta.us/D60ynAEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/mCR0kAAA

📲 Get Odisha News on Whatsapp 💬