[odisha] - ଦ୍ବିତୀୟ ପର୍ଯ୍ୟାୟ ପରେ ଭବିଷ୍ୟବାଣୀ କଲେ ନବୀନ : ଆଞ୍ଚଳିକ ଦଳମାେନ କିଙ୍ଗ୍‌ମେକର ହେବେ

ସମ୍ବଲପୁର/ତାଳଚେର/କଣିହାଁ/ରେଙ୍ଗାଳି/ଛେଣ୍ଡିପଦା/ମାଧପୁର/ଆଠମଲ୍ଲିକ : କେହି ବି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ। ଆଞ୍ଚଳିକ ଦଳମାେନ ହିଁ ହେବେ କିଙ୍ଗ୍ ମେକର୍। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିବା ଆଳରେ ଏଭଳି ଏକ ବଡ଼ ଭବିଷ୍ୟବାଣୀ କହିଛନ୍ତି। େଭାଟରଙ୍କୁ ଜଣାଇଛନ୍ତି େଯ ଓଡ଼ିଶା ପାଇଁ ଏହା ଏକ ବଡ଼ ସୁେଯାଗ। ଏଥିସହିତ ବିେଜପିକୁ ପୁଣି ଥରେ ଅତ୍ୟନ୍ତ କଠୋର ଭାଷାରେ ସମାେଲାଚନା କରିଛନ୍ତି। କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିେଜପି ଛାନିଆ େହାଇଯାଇଛି। ବିଜେପି ଇଭିଏମ୍ ଭାଙ୍ଗିବା ଆରମ୍ଭ କଲାଣି। େଲାକମତକୁ ସମ୍ମାନ ଦେବା ଏମାନେ ଜାଣନ୍ତି ନାହିଁ। ଆଇନକୁ ସମ୍ମାନ େଦବା ଏମାନେ ଜାଣନ୍ତି ନାହିଁ। କେନ୍ଦ୍ର ବିେଜପି ସରକାର ଚାଷୀ, ଛାତ୍ରଛାତ୍ରୀ ଓ ଓଡ଼ିଆଙ୍କ ଭାବାବେଗ ସହିତ େଖଳୁଛି। ଆଇନ ପ୍ରତି େଲାକଙ୍କ ପ୍ରତି ବିେଜପିର ସମ୍ମାନ ନାହିଁ। ଆଜି ନବୀନ ତାଳଚେର, େରଙ୍ଗାଳି, ରେଢାେଖାଲ, ଆଠମଲ୍ଲିକ, କୁଚିଣ୍ଡାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ େଭାଟ ମାଗିଥିଲେ। ସମ୍ବଲପୁର, ହୀରାକୁଦ, ବୁର୍ଲାରେ ନବୀନ େରାଡ୍ ସୋ କରି େଭାଟ ମାଗିଥିଲେ।...

ଫୋଟୋ - http://v.duta.us/8CDnywAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_JJAWwAA

📲 Get Odisha News on Whatsapp 💬