[odisha] - ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ!

ଭୁବନେଶ୍ବର : ବିଧାୟକ ତଥା ବିେଜଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ବଦଳିଯାଇଛି ପାଟକୁରା ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ। ବର୍ତମାନ ପାଇଁ ପାଟକୁରାରେ ବିଧାନସଭା ନିର୍ବାଚନ ଅଟକିଛି। ଏହି ନିର୍ବାଚନମଣ୍ଡଳୀରେ କେବେ ନିର୍ବାଚନ ତାରିଖ ଘୋଷଣା ହେବ, ନିର୍ବାଚନ କମିସନ କି ପଦକ୍ଷେପ େନବେ, ତାହା ଉପରେ ଏବେ ରାଜନୈତିକ ମହଲ ଓ ପାଟକୁରାବାସୀଙ୍କ ନଜର ରହିଛି। ତେବେ ନିର୍ଧାରିତ ଏପ୍ରିଲ ୨୯ରେ ପାଟକୁରା େଭାଟର ଲୋକସଭା ନିର୍ବାଚନ ପାଇଁ େଭାଟ ଦେବେ। ଅନ୍ୟପକ୍ଷରେ ବିେଜପିର ହେଭିେଵଟ୍ ନେତା ବିଜୟ ମହାପାତ୍ରଙ୍କ ଭାଗ୍ୟ କ’ଣ େହବ, ତାକୁ ନେଇ ମଧ୍ୟ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ େହାଇଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପାଟକୁରା ବିଧାନସଭା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ଦେହାନ୍ତ ପରେ ପାଟକୁରା ଆସନ ପାଇଁ ଏପ୍ରିଲ ୨୯ ତାରିଖରେ ମତଦାନ ହୋଇପାରିବ ନାହିଁ। ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଓ ଉପଧାରା ୧ ଅନୁଯାୟୀ ନିର୍ବାଚନ ପୂର୍ବରୁ କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଅଚାନକ ମୃତ୍ୟୁ ପରେ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯିବ। କିନ୍ତୁ କେନ୍ଦ୍ରାପଡ଼ା ଲୋକସଭା ପାଇଁ ପାଟକୁରାରେ ନିର୍ଦ୍ଧାରିତ ଦିନ ଭୋଟଗ୍ରହଣ କରାଯିବ। ସ୍ବର୍ଗତଃ ଅଗ୍ରଵାଲଙ୍କ ଦେହାନ୍ତ ପରେ ସେଠାରେ ପୁନଃ ନିର୍ବାଚନ ନେଇ ଭାରତ ନିର୍ବାଚନ କମିସନ ନିଷ୍ପତ୍ତି ନେବେ।...

ଫୋଟୋ - http://v.duta.us/ZWl5agAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uX0ZagAA

📲 Get Odisha News on Whatsapp 💬