[odisha] - ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶଙ୍କ ପରଲୋକ

ଭୁବନେଶ୍ବର/କେନ୍ଦ୍ରାପଡା/ଗରଦପୁର : ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଶ୍ରୀ ଅଗ୍ରୱାଲ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରର କେୟାର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚଳିତ ନିର୍ବାଚନରେ ବିଜେଡି ଟିକେଟ୍‌ ପାଇଲା ପରେ ସେ ହସ୍ପିଟାଲ୍‌ରୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗତ ୧୩ ତାରିଖରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ଗୁରୁତର ହୋଇପଡ଼ିଥିଲା। ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ‌ହସ୍ପିଟାଲ୍‌ରେ ବନ୍ଧୁ, ଶୁଭେଚ୍ଛୁ, ସମର୍ଥକ ଓ ରାଜନୈତିକ ନେତାଙ୍କ ଭିଡ଼ ଜମିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ, ପୁଅ ସଞ୍ଜୟ ଅଗ୍ରୱାଲ, ଦୁଇ ଝିଅ ମଧୁମିତା ଅଗ୍ରୱାଲ ଓ ବୁଲବୁଲ ମୋଦୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ କିଶୋର ତରାଇ, ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଉତ୍ତର ଭୁବନେଶ୍ବର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ, ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ, ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା, ବିଜୁ ଯୁବ ଜନତା ଉପଦେଷ୍ଟା ରବି ସାମଲ ଓ ଯୁବ ‌େନତା ରାଜେଶ ଦାସ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ଏହା ପରେ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା। ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡ଼ାଇ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସ‌େମତ ସେଠାରେ ବିଭିନ୍ନ ଦଳର ବହୁ ବରିଷ୍ଠ ନେତା, ପାଟକୁରା ଆସିଥିବା ଶତାଧିକ ସମର୍ଥକ, ମାରୱାଡି ସଂଗଠନର କର୍ମକର୍ତ୍ତାମାନେ ଶେଷ ଦର୍ଶନ କରିଥିଲେ।...

ଫୋଟୋ - http://v.duta.us/1bgqiwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/5sS6fQAA

📲 Get Odisha News on Whatsapp 💬