[anugul-dhenkanal] - କାର୍ଯ୍ୟକ୍ଷମ ହୋଇନି ନାଲ୍‌କୋ ସୋକାଷ୍ଟିଙ୍ଗ ପ୍ଲାଣ୍ଟ: ପାଣିରେ ପଡ଼ିଲା ୧୦୦ କୋଟି

  |   Anugul-Dhenkanalnews

ବଅଁରପାଳ, ୨୯।୪ (ଡି.ଏନ୍‌.ଏ.) ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ଥିବା ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ନିର୍ମାଣରେ ଖର୍ଚ୍ଚ ହୋଇଥିବା ପ୍ରାୟ ଶହେ କୋଟି ଟଙ୍କା ପାଣିରେ ପଡ଼ିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି। ୨୦୧୩ରେ ନାଲ୍‌କୋର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ବେଳେ ବ୍ଲାଷ୍ଟ ହେବାରୁ ସିଏମ୍‌ଡି ଦାସଙ୍କ ସହ ୨ ଜଣ ଶ୍ରମିକ ଆହତ ହୋଇଥିଲେ। ସେବେଠାରୁ ଏହା ବନ୍ଦ ପଡ଼ିଥିବାରୁ ପ୍ଲାଣ୍ଟ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ। ଏପରି କି ନାଲ୍‌କୋ କର୍ତ୍ତୃପକ୍ଷ ମଧ୍ୟ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ କରୁ ନ ଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଚର୍ଚ୍ଚା ହେଉଛି। ଉଚ୍ଚ ଅଧିକାରୀଙ୍କ ଆନ୍ତରିକତା ଓ ଅବହେଳା ଏଥିପାଇଁ ପାଇଁ ଦାୟୀ ବୋଲି କେତେଜଣ ଶ୍ରମିକ ନେତା ପ୍ରକାଶ କରିଛନ୍ତି। ତରଳ ଆଲୁମିନିୟମରୁ ବିଭିନ୍ନ ଆକାରର ମେଟାଲ ଉତ୍ପାଦନ ନିମନ୍ତେ କେତେକ ଛୋଟ ଛୋଟ ପ୍ଲାଣ୍ଟ ନିର୍ମିତ ହୋଇଛି। ସେଥିମଧ୍ୟରୁ ଡାଇରେକ୍ଟ ସୋକାଷ୍ଟିଙ୍ଗ ଓ ଟିକାଷ୍ଟିଙ୍ଗ ପ୍ଲାଣ୍ଟ ଅନ୍ୟତମ। ସ୍ମେଲଟର ପଟଲାଇନ୍‌ରୁ ଗରମ ତରଳ ଆଲୁମିନିୟମ କାଷ୍ଟ ହାଉସ ବିଭାଗକୁ ଆସିଥାଏ। ସେଠାରେ ଫର୍ନେସରେ ଏହି ତରଳ ଆଲୁମିନିୟମ ଢଳାଯିବା ପରେ ଛାଞ୍ଚ ଦ୍ୱାରା ବିଭିନ୍ନ ଆକାରର ଆଲୁମିନିୟମ ତିଆରି ହୋଇଥାଏ। ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟରୁ ମଧ୍ୟ ଏକ ପ୍ରକାର ଆଲୁମିନିୟମ ଇନ୍‌ଗଡ୍‌ ବାହାରିବା କଥା। ମାତ୍ର ଏପର୍ଯ୍ୟନ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାର ବହୁ ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି। ନାଲ୍‌କୋ କର୍ତ୍ତୃପକ୍ଷ ଏ ପ୍ରୋଜେକ୍ଟ ବାବଦକୁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କାହିଁକି ଚାଲୁ କରାଯାଇ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କାଷ୍ଟାସ ହାଉସ ବିଭାଗ ଡିଜିଏମ୍‌ ପି.କେ. ହଲଧର କହିଛନ୍ତି, ବର୍ତ୍ତମାନ ମ୍ୟାନ୍‌ ପାୱାର କମ୍‌ ରହିଛି। ଏହାକୁ ଚାଲୁ କରିବା ପାଇଁ ଯୋଜନା ହେଉଛି। ମ୍ୟାନ୍‌ ପାୱାର ବୃଦ୍ଧି ପାଇଲେ ନିଶ୍ଚିତ ଭାବେ ପ୍ଲାଣ୍ଟକୁ ଚାଲୁ କରାଯିବ ବୋଲି ହଲଧର କହିଥିଲେ।

ଫୋଟୋ - http://v.duta.us/J88uzgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_L2MgAAA

📲 Get Anugul-dhenkanal News on Whatsapp 💬