[anugul-dhenkanal] - ଚୋରା କାରବାର ରୋକିବା ଉପରେ ଗୁରୁତ୍ୱ

  |   Anugul-Dhenkanalnews

ବଇଣ୍ଡା,୨୯।୪(ଡି.ଏନ.ଏ)- ଗ୍ରାମାଞ୍ଚଳରେ ଏବେ ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୋଲିସର ନୀରବତାକୁ ସୁଯୋଗ ନେଇ ଚୋରା ମାଫିଆମାନେ ଗଞ୍ଜେଇ ମଦ ଭଳି ମାଦକ ଦ୍ରବ୍ୟ ଦ୍ରୁତ ଗତିରେ ବ୍ୟବସାୟ କରୁଛନ୍ତି। ଫଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ଏଥିପ୍ରତି ପୋଲିସ ଅଧିକ ଗୁରୁତ୍ୱ ଦେବାକୁ ସୋମବାର କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ ପରିସରରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠରେ ଯୋଗ ଦେଇଥିବା ଗ୍ରାମାବାସୀମାନେ ମତ ପ୍ରକାଶ କରିଛନ୍ତି। ଗ୍ରାମସଭାପତି କୁମୁଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହଣ୍ଡପା ଆଇଆଇସି ଲବ ବୋଡ଼ା, ଏଏସଆଇ କୁନି ବାରିକ, ସରପଞ୍ଚ ପ୍ରିୟବ୍ରତ ପଲେଇ, ଶିକ୍ଷାବିତ ଲୋଚନ ପ୍ରଧାନ, ବରୁଣ ସାହୁ, ଆର୍ତ୍ତତ୍ରାଣ ବେହେରା, ଧର୍ମାନନ୍ଦ ପ୍ରଧାନ, ରମେଶ ବେହେରା, ବାଳକୃଷ୍ଣ ପ୍ରଧାନ, ଉମାକାନ୍ତ ବେହେରାଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି ପଞ୍ଚାୟତରେ ଅନେକ ବ୍ୟକ୍ତି ରାସ୍ତା କଡ଼ରେ ଗାଈ ଗୋରୁ ବାନ୍ଧି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏଥିପ୍ରତି ପୋଲିସ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଗ୍ରାମରେ ବିକ୍ରି ହେଉଥିବା ମଦ ବନ୍ଦ କରିବା ପାଇଁ ଗ୍ରାମବାସୀ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଧାରଣଲୋକେ କିଭଳି ସାଇବର ଠକେଇରୁ ବଞ୍ଚିତ ହେବେ, ମୋବାଇଲରେ ଆସୁଥିବା ମିଥ୍ୟା କଲରୁ ଟଙ୍କା ହଡ଼ପ ହୋଇଯାଉଥିବାରୁ କିଭଳି ବଞ୍ଚିତ ହେବେ ସେ ସମ୍ପର୍କରେ ପୋଲିସ ଲୋକଙ୍କୁ ସଚେତନତା କରାଇଥିଲେ।

ଫୋଟୋ - http://v.duta.us/UN1wWAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/G6BFPAAA

📲 Get Anugul-dhenkanal News on Whatsapp 💬