[anugul-dhenkanal] - ଶିକ୍ଷା ସମାଜର ଆଲୋକବର୍ତ୍ତିକା

  |   Anugul-Dhenkanalnews

ପରଜଙ୍ଗ,୨୯।୪(ଡି.ଏନ.ଏ) - ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ସୋମବାର ୩୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ତହସିଲଦାର ଜୟନ୍ତ କୁମାର ଜୟସିଂହ ଯୋଗଦେଇ କହିଲେ, ଶିକ୍ଷା ସମାଜର ଆଲୋକବର୍ତିକା। ଛାତ୍ରୀଛାତ୍ରମାନେ ଏହାକୁ ନିଷ୍ଠା ଭାବେ ଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ସ୍ବୟଂ ଶାସିତ କଲେଜର ସହକାରୀ ପ୍ରଫେସର ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର ସଭାପତିତ୍ୱ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ। ପରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରୀ ଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ବିଦ୍ୟାଳୟ ଉପାଧ୍ୟକ୍ଷା ପ୍ରତିମା ମିଶ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପଦ୍ମନାଭ ପାଢ଼ୀ, କୌସିକି ମୁଖାର୍ଜୀ, ସମୀର କୁମାର ସିଂହ, ମଧୁସ୍ମିତା ମିଶ୍ର, ମମତା ମହାରଣା, ରାଜେନ୍ଦ୍ର କୁମାର ବେହେରା, କସ୍ତୁରୀ ବାଳା ମହାରଣା, ମୀନକେତନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/N-DS5gAA

📲 Get Anugul-dhenkanal News on Whatsapp 💬