[anugul-dhenkanal] - ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

  |   Anugul-Dhenkanalnews

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ ମାଡ଼ିମକଚି କାମ କରୁଥିବାବେଳେ ଉଡୁଥିବା ବିଷାକ୍ତ ପାଉଁଶରେ ଅଣନିଃଶ୍ୱାସୀ ହୋଇଗଲେଣି ଜନସାଧାରଣ। ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର କରାଯାଉ ନ ଥିବାରୁ ପ୍ରଭାବିତ ଅଞ୍ଚଳବାସୀ ଏବଂ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।

କୁନାଲ ଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍‌ ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଛି। ପାଉଁଶ ପରିବହନ ଲାଗି ମୁଖ୍ୟତଃ ହାଇଓ୍ବା ବ୍ୟବହାର କରାଯାଉଛି। ପାଉଁଶ ଗୁଣ୍ଡ ପରିବହନ ବେଳେ ଅଧିକାଂଶ ଗାଡ଼ିରେ ପାଲ ବନ୍ଧାଯାଉନାହିଁ। ସାମାନ୍ୟ ପବନରେ ପାଉଁଶ ଗୁଣ୍ଡ ଉଡ଼ି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ଯାତ୍ରୀ ଏବଂ ବାଇକ୍‌ ଆରୋହୀ। ସେହିପରି ବଜାର ମଧ୍ୟରେ ପାଉଁଶ ପଡୁଥିବାରୁ ବ୍ୟବସାୟୀମାନେ ବେପାର କରିପାରୁନାହାନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବଜାର ରାସ୍ତାରେ ପାଣି ସିଞ୍ଚନ କରାଯାଉନାହିଁ।...

ଫୋଟୋ - http://v.duta.us/sUyg8QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/nHoFZQAA

📲 Get Anugul-dhenkanal News on Whatsapp 💬