[balasore] - ଆରଡ଼ିରେ ଚାଲିଛି ଶାନ୍ତିପୂର୍ଣ୍ଣ ମତଦାନ

  |   Balasorenews

ଆରଡ଼ି,୨୯ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଆରଡ଼ି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ ଜାରି ରହିଛି। ମତଦାନ ସୋମବାର ସକାଳୁ ଆରମ୍ଭ ହୋଇଛି ଏବଂ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି । ଏହି ନିର୍ବାଚନମଣ୍ଡଳୀର ୧୮୦ ନଂ ବୁଥ୍‌ ଷାଠିବାଙ୍କୁଡ଼ାରେ ମତଦାନ ଆରମ୍ଭ ବେଳେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା । ସେହି ବୁଥ୍‌ର ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କୁ ଜଣାଇବାରୁ ଜଣେ ଇଞ୍ଜିନିୟର ଆସି ଇଭିଏମ ସଜାଡ଼ି ଥିଲେ। ପ୍ରାୟ ୨ ଘଣ୍ଟା ପରେ ସେଠାରେ ମତଦାନ ଆରମ୍ଭ ହୋଇଥିଲା । ସେହିପରି ୧୭୯ନଂ କୁଳେଇପଦା ବୁଥ୍‌ରେ ଏମ୍‌ପି ମତଦାନ ପାଇଁ ଉଦ୍ଦିଷ୍ଟ ଇଭିଏମରେ ତ୍ରୁଟି ଦେଖା ଦେଇଥିଲା। ୨୦ ମିନିଟ୍‌ ମତଦାନ ବନ୍ଦ ପରେ ସେଠାରେ ମେସିନ ଠିକ୍‌ କରାଯାଇ ଭୋଟ ଆରମ୍ଭ ହୋଇଥିଲା । ସମସ୍ତ ବୁଥରେ ଭିନ୍ନକ୍ଷମମାନଙ୍କ ପାଇଁ ହୁଇଲ ଚେୟାର ରଖାଯାଇଥିବାବେଳେ ସେମାନେ ଭୋଟ କେନ୍ଦ୍ରକୁ ଯାଇ ଭୋଟ ଦେଉଥିବା ଦେଖିବାକୁ ମିଳିଛି।

ଫୋଟୋ - http://v.duta.us/imHbggAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aYwP6gAA

📲 Get Balasore News on Whatsapp 💬