[balasore] - ଖଇରା ବ୍ଲକର ୧୮୯ ବୁଥ୍‌ରେ ମତଦାନ: ୨୦ରୁ ଅଧିକ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ଫେରିଗଲେ ଭୋଟର

  |   Balasorenews

ଖଇରା,୨୯।୪(ଡି.ଏନ୍‌.ଏ.): ସିମୁଳିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକର ୧୮୯ଟି ବୁଥ୍‌ରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି । ତେବେ ୨୦ରୁ ଅଧିକ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିବା ମତଦାନ କେନ୍ଦ୍ର୍ରଗୁଡିକ ହେଲା ୬ନଂ. ସାରକୋଣା ନୋଡାଲ ସ୍କୁଲ, ୪୩ନଂ. ଖଇରା ହାଇସ୍କୁଲ, ୫୬ନଂ. ବାଉଁଶଗଡିଆ, ୬ନଂ ମିଟୁଆଣି ଏମ୍‌ଇ ସ୍କୁଲ, ୭୫ନଂ ରଇଁତିରା ପ୍ରାଇମେରୀ, ୨୦୪ନଂ ଅନ୍ତରା ମହତୀପୁର,୧୦୯ ଓ ୧୧୦ନଂ. ସାଉଣ୍ଡିଆ ପ୍ରାଇମେରୀ, ୮୧ ଓ ୮୨ନଂ ରଟିଣା ସ୍କୁଲ,୧୨୫ ନଂ ତ୍ରିଲୋଚନପୁର ସ୍କୁଲ, ୮୮ନଂ ବାଘୁଆ ନୋଡାଲ ସ୍କୁଲ।ତେବେ ଏଗୁଡିକ ମଧ୍ୟରୁ କିଛି ୨ଘଣ୍ଟା ମଧ୍ୟରେ ସଜାଡ଼ି ଦିଆଯାଇଥିବା ବେଳେ ଆଉକିଛି ମେଶିନ ବଦଳାଇ ଦିଆଯାଇଥିଲା। ସାଉଣ୍ଡିଆ, ରଇଁତିରା, ଶରତ ଭଳି ବୁଥ୍‌ରେ ୧୦ଟା ପର୍ଯ୍ୟନ୍ତ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯିବାରୁ ଧାଡିରେ ଛିଡା ହୋଇଥିବା ଉଭୟ ମହିଳା ଓ ପୁରୁଷ ଭୋଟର ଘରକୁ ପଳାଇଛନ୍ତି। ଏ ସମ୍ପର୍କରେ ରଇଁତିରା ବୁଥ୍‌ର ପ୍ରିଜାଇଡିଂ ଅଫିସର ବ୍ରଜକିଶୋର ପ୍ରଧାନଙ୍କୁ ପଚାରିବାରେ ସେ ଇଭିଏମ୍‌ ଅଚଳ ସମ୍ପର୍କରେ ସେକ୍ଟର ଅଫିସର, ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି । ଖୁବ୍‌ଶୀଘ୍ର ଅନ୍ୟ ମେଶିନର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।

ଫୋଟୋ - http://v.duta.us/MRBoUAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZJEPIAAA

📲 Get Balasore News on Whatsapp 💬