[balasore] - ତାମୁଣ୍ତିଆ ଆଦିବାସୀଙ୍କ ଭୋଟ ବର୍ଜନ ଘଟଣା: ରାଜରାସ୍ତାକୁ ଓଲ୍ଲାଇବାକୁ ଚେତାବନୀ

  |   Balasorenews

ରାଇସୁଆଁ,୨୮।୪(ଡି.ଏନ୍‌.ଏ.): କେନ୍ଦୁଝର ଅଞ୍ଚଳରେ ବସବାସ କରୁଥିବା ତାମୁଣ୍ତିଆ ଆଦିବାସୀ ସଂପ୍ରଦାୟର ଲୋକେ ଜମିପଟ୍ଟାରେ ତାମୁଣ୍ତିଆ, ତାମୁଡିଆ, ତାମୁଳିଆ ଆଦି ଭିନ୍ନ ଭିନ୍ନ ଉଲ୍ଲେଖ ନେଇ ଜାତି ପ୍ରମାଣ ପତ୍ର ନ ପାଇ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅଳ୍ପ ବୟସରେ ପିଲାମାନେ ପାଠପଢ଼ା ଛାଡୁଛନ୍ତି ା ସମସ୍ତ ସରକାରୀ ସୁବିଧାରୁ ସେମାନେ ବଞ୍ଚିତ ରହୁଛନ୍ତି। ଏ ନେଇ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ତାମୁଣ୍ତିଆ ସମାଜ ପ୍ରତି ଦୃଷ୍ଟିି ଦେଉ ନ ଥିବା ଅଭିଯୋଗ ହୋଇଛି ା ଏ ନେଇ ଗତ ୨୩ ତାରିଖରେ ତାମୁଣ୍ଡିଆ ଆଦିବାସୀ ଭୋଟ ବର୍ଜନ କରିଥିଲେ। ସୋମବାର ସଦର ବ୍ଲକ ଅନ୍ତର୍ଗତ କଣ୍ତରାପୋଷି ପଞ୍ଚାୟତ କୁଞ୍ଜରବାହାଳ କଣ୍ତରାପୋଷି ଗ୍ରାମରେ ମିଳିତ ସହଯୋଗରେ ତାମୁଣ୍ତିଆ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବାବୁଲୁ ନାଗ ସଭା ପରିଚାଳନା କରିଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଆଦି ବିଭିନ୍ନ ଜିଲାରୁ ତାମୁଣ୍ତିଆ ସମ୍ପ୍ରଦାୟର ଲୋକେ ସଭାରେ ଯୋଗ ଦେଇଥିଲେ ା ସଭାରେ ପ୍ରତ୍ୟେକ ଜିଲାର ୩ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ କେନ୍ଦ୍ରୀୟ କମିଟିରେ ୧୩ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ସଭାପତି ବିଶ୍ବନାଥ ତାମୁଣ୍ତିଆ, ସେକ୍ରେଟାରି ଦାଶରଥି ତାମୁଣ୍ତିଆ ଏବଂ ଚରଣ ସିଂ ଚାଣ୍ତିଲଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ମନୋନୀତ ସଦସ୍ୟାସଦସ୍ୟ ଏହି ସଂପ୍ରଦାୟର ବିଭିନ୍ନ ଅସୁବିଧାଗୁଡିକର ଆଲୋଚନା କରିବା ସହ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ କରିବାକୁ ଆଲୋକପାତ କରିଥିଲେ। ତେବେ ପ୍ରଶାସନ ଏହି ସମାଜ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ କେନ୍ଦୁଝର ସମେତ ମୟୂରଭଞ୍ଜ, ସୁନ୍ଦରଗଡର ବହୁ ତାମୁଣ୍ତିଆ ଆଦିବାସୀ ଖୁବ୍‌ଶୀଘ୍ର ରାଜରାସ୍ତାକୁ ଓହ୍ଲାଇ ନିଜର ହକ ପାଇଁ ଲଢ଼େଇ କରିବେ ବୋଲି ଚେତାବନୀ ଦେଇଛନ୍ତି ା

ଫୋଟୋ - http://v.duta.us/8azgYgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/fYo-YQAA

📲 Get Balasore News on Whatsapp 💬