[balasore] - ରହସ୍ୟଘେରରେ ଆଦିତ୍ୟଙ୍କ ମୃତ୍ୟୁ

  |   Balasorenews

ବାରିପଦା ଅଫିସ,୨୯।୪- ବାରିପଦା ସହର ୨୫ ନମ୍ବର ୱାର୍ଡ ଛାଞ୍ଚ ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ହରିଶ୍ଚନ୍ଦ୍ର ପଣ୍ଡା ରବିବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଆଦିତ୍ୟଙ୍କ ପତ୍ନୀ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାମୀ ରାତିରେ ନିଃଶ୍ୱାସ ନେଇ ନ ପାରି ତଳେ ପଡି ଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଉକ୍ତ ଘଟଣା ଏବେ ରହସ୍ୟଘେରରେ ରହିଛି। ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କଥା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।

ପୋଲିସ ସୂଚନା ଅନୁଯାୟୀ ଆଦିତ୍ୟ ପୋଷ୍ଟାଲ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୧ରେ ସେ ପ୍ରେମ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ଅନ୍ୟ ଜାତିର ହୋଇଥିବାରୁ ଘରେ ଅଶାନ୍ତି ଲାଗି ରହୁଥିଲା। ଆଦିତ୍ୟ ଓ ତାଙ୍କ ବାପା ହରିଶ୍ଚନ୍ଦ୍ର ଏକାଠି ରହୁ ନ ଥିଲେ। ଘର ଛାଡି ନିକଟସ୍ଥ ଅନ୍ୟ ଏକ ଘରେ ହରିଶ୍ଚନ୍ଦ୍ର ଭଡାରେ ରହୁଥିଲେ। ଶନିବାର ରାତିରେ ପୁଅର ଚିତ୍କାର ଶୁଣି ସେଠାକୁ ଯାଇ ତାଙ୍କ ତଣ୍ଟି ଓ ନାକରୁ ରକ୍ତ ବାହାରୁଥିବା ଦେଖି ଏକ ଅଟୋ ଯୋଗେ ବାରିପଦା ମେଡିକାଲକୁ ନେଇ ଆସିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସେ ଦର୍ଶାଇଥିବା ବେଳେ ଆଦିତ୍ୟଙ୍କ ସ୍ତ୍ରୀ ଏହାକୁ ଅସ୍ବୀକାର କରିବା ଘଟଣାକୁ ରହସ୍ୟାବୃତ କରିଛି।

ଫୋଟୋ - http://v.duta.us/7FvGtQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_Fo0rQAA

📲 Get Balasore News on Whatsapp 💬