[baleswar] - ପତ୍ନୀଙ୍କ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

  |   Baleswarnews

ସୋର : ପତ୍ନୀଙ୍କ ଗଳାକାଟି ହତ୍ୟା ପରେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅଧୀନ ପାରମହଲା ଗ୍ରାମରେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ପାରମହଲା ଗ୍ରାମର ସେକ୍ ମଣ୍ଟୁ ଓ ପତ୍ନୀ ବେବି ଖାତୁନ ଖାଇସାରି ଶୋଇଥିଲେ। ତେବେ କୌଣସି କାରଣରୁ ମଣ୍ଟୁ ଅତି ନିର୍ମମ ଭାବେ ଏକ ଛୁରୀ ସାହାଯ୍ୟରେ ନିଜ ପତ୍ନୀ ବେବିଙ୍କ ଗଳା କାଟି ହତ୍ୟା କରିଥିଲା। ପରେ ସେ ଘରେ ତାଲା ପକାଇ ନିକଟସ୍ଥ ଅଡ଼ଙ୍ଗ ବଜାରରେ ଥିବା ଏକ ଧର୍ମପୀଠରେ ଲୁଚିଯାଇଥିଲା। ପୁଲିସ ଖବର ପାଇ ମଣ୍ଟୁକୁ ଗିରଫ କରିବାକୁ ପହଂଚିଥି‌ଲା। ହେଲେ ମଣ୍ଟୁ ଏକ କୋଠରୀର ଭିତପଟରୁ ଗ୍ରୀଲ୍‌ ବନ୍ଦ କରିଦେଇଥିଲା। ପୁଲିସ ତାକୁ ବାହାରକୁ ଆସିବାକୁ ଯେତେ ବୁଝାସୁଝା କରିଥିଲେ ବି ସେ କିଛି ଶୁଣିନଥିଲା। ଶେଷ‌େର ମାନସିକ ଭାରସରାମ୍ୟ ହରାଇ ମଣ୍ଟୁ ମଧ୍ୟ ଏକ ଛୁରୀରେ ନିଜ ବେକ ଓ ଛାତି ସହ ଯୌନାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ସୋର ଥାନାର ଭାରପ୍ରାପ୍ତ ଅଧିକାରୀ କ୍ଷମାସାଗର ପଣ୍ତା ଉପସ୍ଥିତ ବୁଦ୍ଧି ଖଟାଇ ମଣ୍ଟୁକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ସହ ପ୍ରଥମେ ସୋର ଓ ପରେ ଡାକ୍ତରଖାନାରେ ନେଇ ଭର୍ତି କରିଥିଲେ। ହେଲେ ଅବସ୍ଥା ଜଟିଳ ହେବାରୁ ତାକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବାଲେଶ୍ବରରୁ ଆସିଥିବା ଏକ ସାଇଣ୍ଟିଫିକ୍‌ ଟିମ୍ ଗ୍ରାମରେ ପହଂଚି ତଦନ୍ତ କରିଥିବା ବେଳେ ବେବିଙ୍କ ବଡ଼ବାପା ସେକ୍‌ ଲୋକମାନଙ୍କ ଅଭିଯୋଗ ମୂଳେ ଥାନାରେ ୧୮୫/୧୯ ଏକ ମାମଲା ରୁଜୁ ହୋଇଛି।

ଫୋଟୋ - http://v.duta.us/pKBy2QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Y0y4EgAA

📲 Get Baleswarnews on Whatsapp 💬