[baleswar] - ୧୮୮୭ ବୁଥ୍‌ରେ ନିର୍ଣ୍ଣୟ ହେବ ୭୮ ପ୍ରାର୍ଥୀଙ୍କ ଭାଗ୍ୟ, ସବୁ ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ସବୁଠି ପୁଲିସର ନାକାବନ୍ଦି

  |   Baleswarnews

ବାଲେଶ୍ବର : ଆସନ୍ତାକାଲି ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିବ।

ଏଥିପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି। ଏହି ପର୍ଯ୍ୟାୟରେ ବାଲେଶ୍ବର ଜିଲ୍ଲାର ୭୮ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଥିବା ବେଳେ ସେଥିରୁ ଲୋକସଭା ଆସନ ପାଇଁ ୧୨ ଜଣ ପ୍ରାର୍ଥୀ ଓ ୮ଟି ବିଧାନସଭା ଆସନ ପାଇଁ ୬୬ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦିତା କରୁଛନ୍ତି। ଜିଲ୍ଲାର ୧୭ ଲକ୍ଷ ୯୮ ହଜାର ୬୩୫ ଜଣ ଭୋଟର ଆସନ୍ତାକାଲି ନିଜ ଅଞ୍ଚଳରେ ଥିବା ବୁଥ୍‌ରେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତ ସଂଗ୍ରହ ପାଇଁ ଜିଲ୍ଲାରେ ୧୮୮୭ଟି ସ୍ଥାନରେ ପୋଲିଂ ବୁଥ୍‌ କରାଯାଇଛି। ଗତକାଲି ରାତିରୁ ଉକ୍ତ ବୁଥ୍‌ ଗୁଡ଼ିକରେ ପୋଲିଂ ପାର୍ଟି ଓ ପୁଲିସ କର୍ମୀମାନେ ପହଞ୍ଚି ସେମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚଳାଇଥିବା‌ ଜଣାପଡ଼ିଛି। ମତଦାନ ହାର ବଢ଼ାଇବା ଲାଗି ମଧ୍ୟ ଜିଲ୍ଲାର ୧୨୦ଟି ବୁଥ୍‌କୁ ଆଦର୍ଶ ବୁଥ୍‌ କରାଯାଇଛି। ଏହି ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ପାଇଁ ସ୍ବାଗତ ତୋରଣ, ଟେଣ୍ଟ, ଚଟାଣରେ କାରପେଟ୍‌, ସେଲଫି ଜୋନ୍‌, ଭୋଟରମାନେ ବସିବା ପାଇଁ ଚେୟାର, ପାନୀୟଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା ଓ ଡିସ୍‌ପ୍ଲେ ବୋର୍ଡ ଆଦି ସୁବିଧା କରାଯାଇଛି। ଏହାଛଡ଼ା ଆଦର୍ଶ ବୁଥ୍‌ଗୁଡ଼ିକରେ ବିଦ୍ୟୁତ୍‌କାଟ ସମୟରେ ବିକଳ୍ପ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ସେହିପରି କିଛି ବୁଥ୍‌କୁ ପିଙ୍କ୍‌ ବୁଥ କରାଯାଇଛି। ପିଙ୍କ୍‌ ବୁଥ୍‌ରେ ପୋଲିଂପାର୍ଟିଙ୍କ ଠାରୁ ଆରମ୍ଭ କରି ପୁଲିସ କର୍ମୀ ଓ ପୋଲିଂଏଜେଣ୍ଟ ସମସ୍ତେ ମହିଳା ରହିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ପ୍ରୟାସ ଜାରି ରହିଛି। ସମଗ୍ର ଜିଲ୍ଲାରେ ଏଥିପାଇଁ ୪ ଜଣ ପର୍ଯ୍ୟବେକ୍ଷକ, ୩ ଜଣ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ଜଣେ ପୁଲିସ ପର୍ଯ୍ୟବେକ୍ଷକ ରହିଛନ୍ତି। ଏଥିସହ ୧୨୧ ଜଣ ଅଣୁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ବିଭିନ୍ନ ବୁଥ୍‌ରେ ନିୟୋଜିତ କରାଯାଇଥିବା ଜଣାଯାଇଛି। ସେହିପରି ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପ୍ରତ୍ୟେକ ପୋଲିଂ ବୁଥ୍‌ରେ ଜଣେ ଲେଖାଏଁ ପୁଲିସ ଓ ଆବଶ୍ୟକ ସ୍ଥାନରେ ଦୁଇଜଣ ପୁଲିସ୍‌ କର୍ମୀଙ୍କୁ ଜଗାଯାଇଛି। ଏହି କାମରେ ହାବିଲଦାର, କନେଷ୍ଟବଳ ଓ ହୋମାଗାର୍ଡମାନଙ୍କୁ ବୁଥ୍‌ରେ ନିୟୋଜିତ କରାଯାଇଛି। ସମ୍ବେଦନ ଓ ଅତି ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକୁ ନଜରରେ ରଖି ୭ ପ୍ଲାଟୁନ ସିଆରପିଏଫ୍‌ ଯବାନ ସହ ୨୪ ପ୍ଲାଟୁନ ସଶସ୍ତ୍ର ପୁଲିସ ଫୋର୍ସ, ୧୩୩ଟି ମୋବାଇଲ ପାଟ୍ରୋଲିଂ ଗାଡ଼ି, ୨୪ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ ବିଭିନ୍ନ ଅଞ୍ଚଳରେ ବୁଲିବା ସହିତ ଜିଲ୍ଲାର ୪ଟି ସ୍ଥାନରେ ବିଭିନ୍ନ ପ୍ରକାର ଯାଞ୍ଚ୍‌ ପାଇଁ ତନଖି ଫାଟକର ବ୍ୟବସ୍ଥା କରାଯାଇଛି। ସେହିପରି ଜିଲ୍ଲାର ପ୍ରତ୍ୟେକ ଥାନାକୁ ନେଇ ୨୪ଟି ସେକ୍ଟରରେ ବିଭକ୍ତ କରାଯିବା ସହ ତାକୁ ପୁଣି ୮ଟି ସବ୍‌ଡିଭିଜନରେ ଭାଗ କରାଯାଇଛି। ଏସ୍‌ପିଙ୍କ ତତ୍ତ୍ବାବଧାନରେ ୪ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି ଓ ସମ୍ପୃକ୍ତ ଥାନାଗୁଡ଼ିକର ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ଏହି ଦାୟିତ୍ବ ଦିଆଯାଇଥିବା ସୂଚନା ଦିଆଯାଇଛି। ‌...

ଫୋଟୋ - http://v.duta.us/Y2zrhQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/j1lGtgAA

📲 Get Baleswarnews on Whatsapp 💬