[berahampur] - ଅର୍ଥାଭାବ ଯୋଗୁ ଭଞ୍ଜନଗରରେ ପ୍ରସୂତିଙ୍କ ମୃତ୍ୟୁ

  |   Berahampurnews

ଭଞ୍ଜନଗର,୨୯।୪(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଧୋବାତଇଲା ଗ୍ରାମର ଜଣେ ପ୍ରସୂତି ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଅର୍ଥାଭାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଜ୍ୟୋତ୍ସ୍ନା ମଳିକ।

ପ୍ରକାଶ ଯେ, ଧୋବାତଇଲା ଗ୍ରାମର ପ୍ରଶାନ୍ତ ମଳିକଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା। ତାଙ୍କର ଏବେ ୪ବର୍ଷର ପୁଅଟିଏ ଅଛନ୍ତି। ପରେ ସେ ଗର୍ଭବତୀ ହେବାପରେ ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବା ଯୋଗୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଇପାରୁ ନ ଥିଲେ। ଏଭଳି ସ୍ଥିତିରେ କିଛିଦିନ ପୂର୍ବେ ସେ ବାପଘର ରିପିଟିପଲ୍ଲୀ ଚାଲିଆସିଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ଗର୍ଭକଷ୍ଟ ହେବାରୁ ପରିବାର ଲୋକେ ତାଙ୍କୁ ଆଶା ସହାୟତାରେ ଚିକିତ୍ସା ଲାଗି ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ସେତେବେଳକୁ ଜ୍ୟୋତ୍ସ୍ନାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତେଣୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ ଯୋଗାଡ଼ ସମୟରେ ସେ ଗୋଟିଏ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ପେଟରେ ଆଉ ଏକ ଶିଶୁ ଥିବା ଜଣାପଡ଼ିଥିଲା । ତେବେ ସେଠାରେ ଜ୍ୟୋତ୍ସ୍ନାଙ୍କ ସମେତ ତାଙ୍କ ଗର୍ଭରେ ଥିବା ସନ୍ତାନର ମୃତ୍ୟୁ ଘଟିଥିଲା। ପ୍ରଥମେ ଜନ୍ମ ହୋଇଥିବା କନ୍ୟାସନ୍ତାନ ଭଞ୍ଜନଗର ମେଡିକାଲ ଆସିୟୁରେ ଚିକିତ୍ସାଧୀନ ଅଛି। ପୂର୍ବରୁ ବିଭିନ୍ନ ସମୟରେ ଜ୍ୟୋତ୍ସ୍ନା ଡାକ୍ତରଙ୍କୁ ପରାମର୍ଶ କରିବା ସମୟରେ ଡାକ୍ତର ତାଙ୍କୁ ଅଲ୍‌ଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆର୍ଥତ୍କ ଅନଟନ ଯୋଗୁ ସେ ଅଲ୍‌ଟ୍ରାସାଉଣ୍ଡ କରିପାରି ନ ଥିଲେ । ଫଳରେ ଗର୍ଭରେ କେତୋଟି ସନ୍ତାନ ଥିଲା ସେନେଇ ଜ୍ୟୋତ୍ସ୍ନା କିମ୍ବା ଡାକ୍ତର ଜାଣିପାରି ନ ଥିଲେ । ଫଳରେ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରି ନ ଥିଲା । ଅପରପକ୍ଷେ ଭଞ୍ଜନଗର ମେଡିକାଲରେ ଅଲଟ୍ରାସାଉଣ୍ଡ ମେଶିନ ଥିବାବେଳେ ଉକ୍ତ ମେଶିନ ସହାୟତାରେ ଜ୍ୟୋତ୍ସ୍ନାଙ୍କର କାହିଁକି ଅଲଟ୍ରାସାଉଣ୍ଡ ପରୀକ୍ଷା ହେଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଫୋଟୋ - http://v.duta.us/0tyjgwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/EFC3TgAA

📲 Get Berahampur News on Whatsapp 💬