[berahampur] - ଗୋଷ୍ଠୀ ସଂଘର୍ଷରେ ଆହତ ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ

  |   Berahampurnews

ହିଞ୍ଜିଳିକାଟୁ,୨୮ା୪(ଡି.ଏନ୍‌.ଏ)-ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଆଡ଼ପଡ଼ା ଗଁାରେ ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଆହତ ଜଣେ ମହିଳାଙ୍କ ରବିବାର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ଆଡ଼ପଡ଼ାର ଲକ୍ଷ୍ମୀ ଭୋଳ (୬୦)। ଶୁକ୍ରବାର ଆଡ଼ପଡ଼ାରେ ବିବାହ ଶୋଭାଯାତ୍ରାକୁ ନେଇ ଘଟିଥିବା ସଂଘର୍ଷରେ ଲକ୍ଷ୍ମୀ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ରବିବାର ପୂର୍ବାହ୍ନରେ ଲକ୍ଷ୍ମୀ ତାଙ୍କ ପୁଅ ରଞ୍ଜନଙ୍କ ସହ ହିଞ୍ଜିଳି ଥାନାରେ ଉକ୍ତ ସଂଘର୍ଷ ସମ୍ପର୍କରେ ଏତଲା ଦେବାକୁ ଆସି ନିଜ ଗ୍ରାମକୁ ଫେରିବା ବାଟରେ ହିଞ୍ଜିଳି ଥାନା ଠୁରୁବୁରାଇଠାରେ ବାଇକ୍‌ରୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆଡ଼ପଡ଼ା ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଡ଼ପଡ଼ା ଫାଣ୍ଡି ଅଧିକାରୀ ରାଜନ ବିଶୋୟୀ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି। ଏ ନେଇ ହିଞ୍ଜିଳି ଥାନାରେ ନଂ. ୧୧୫/୧୯ରେ ମାମଲା ରୁଜୁ ହୋଇଛି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/XtNLvgAA

📲 Get Berahampur News on Whatsapp 💬