[berahampur] - ବନ୍ଧୁକ ମୁନରେ ୧୦ ଭରି ସୁନା, ୬୦ ହଜାର ଟଙ୍କା ଲୁଟ୍‌

  |   Berahampurnews

ଶଙ୍କରାଖୋଲ,୨୮।୪(ଡି.ଏନ୍‌.ଏ.)-ଚକାପାଦ ଥାନା କଖାରୁଝୋଳ ପଞ୍ଚାୟତର ଘାଟିଗୁଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଆସି ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ପଟ୍ଟନାୟକଙ୍କ ଘରୁ ୧୦ ଭରି ସୁନା ସହ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଶନିବାର ଚକାପାଦ ଥାନାରେ ପଟ୍ଟନାୟକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନଂ. ୨୬/୧୯ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି। ରବିବାର ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ସହ ଡଗ୍‌ସ୍କ୍ବାଡ ପହଞ୍ଚତ୍ ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ୮ରୁ ୧୦ଜଣ ଦୁର୍ବୃତ୍ତ ଆସି ଗଁା ଦାଣ୍ଡରେ ବୋମା ଫୁଟାଇଥିଲେ। ଏହା ପରେ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରିବାର ଲୋକଙ୍କୁ ଘର ବାରଣ୍ଡାରେ ବସିଥିବା ଦେଖି ଦୁର୍ବୃତ୍ତମାନେ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଘର ଭିତରକୁ ନେଇ ଯାଇଥିଲେ। ଘରେ ସେମାନଙ୍କୁ ଘଣ୍ଟାଏ ପର୍ଯ୍ୟନ୍ତ ନଜରବନ୍ଦୀ କରି ରଖିଥିଲେ ଏବଂ ଘରେ ଯାହା ଅଛି ଦେଇଦିଅ ନ ହେଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଏହା ପରେ ୧୦ଭରି ସୁନା ଓ ନଗଦ ୬୦ ହଜାର ଟଙ୍କା, ୪ ମୋବାଇଲ ଫୋନ୍‌, ରୁପା ଦୁଇତୋଳା ନେଇ ସେଠାରୁ ଚମ୍ପଟ ମାରିଥିଲେ। ଉକ୍ତ ଘଟଣାରେ ପୋଲିସ କାହାକୁ ଗିରଫ କରିନାହିଁ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/zmxWLwAA

📲 Get Berahampur News on Whatsapp 💬