[bhadrak] - ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ : ଭଦ୍ରକରେ ପ୍ରଫୁଲ୍ଲ ସମର୍ଥକଙ୍କ ଗୁଣ୍ଡାରାଜ, ଗାଡ଼ି ଭଙ୍ଗାରୁଜା, ଜୀବନରୁ ମାରି ଦେବାକୁ ଧମକ, ୧୦ ଜଣଙ୍କ ନାମରେ ଥାନାରେ ଏତଲା

  |   Bhadraknews

ଭଦ୍ରକ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶରେ ତାଙ୍କର କିଛି ସମର୍ଥକ ଆଜି ଭଦ୍ରକ ସହରରେ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ପରିଚାଳନା କରୁଥିବା କଂଗ୍ରେସର ରାଜ୍ୟ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଭଦ୍ରକର ବନ୍ତ ଛକରେ ଆକ୍ରମଣ କରାଯାଇଛି।

ଅଭିଯୋଗ ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ଶ୍ରୀ ଜ୍ଞାନେନ୍ଦ୍ର ଜଳଖିଆ ଖାଇବାକୁ ଭଦ୍ରକ ଟାଉନ ଆଡ଼କୁ ଯାଉଥିବା ବେଳେ ପ୍ରଫୁଲ୍ଲଙ୍କ କିଛି ସମର୍ଥକମାନେ ତାଙ୍କ କାର୍‌ ଡ୍ରାଇଭରକୁ ଧମକ ଦେଇ ଗାଡ଼ି ଅଟକାଇଥିଲେ। ଡ୍ରାଇଭର ପବିତ୍ର ନାୟକ ଗାଡ଼ି ଅଟକାଇବା ପରେ ଶ୍ୟାମ ନାୟକ ନାମକ ଜଣେ ଯୁବକ ଶ୍ରୀ ଜ୍ଞାନେନ୍ଦ୍ରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କର ସୁନା ଚେନ୍‌ ଓ ୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଭଦ୍ରକ ଛାଡ଼ି ଭୁବନେଶ୍ବର ପଳାଇଯାଅ, ନ ହେଲେ ତୁମକୁ ମାରି ତମ ଲାସ୍‌ ପଠାଇ ଦେବୁ ବୋଲି ଧମକ ଦେଇଥିଲେ। ଏ ସଂପର୍କରେ ଖବର ପାଇ ଭଦ୍ରକ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରଫୁଲ୍ଲଙ୍କ ଗୁଣ୍ଡାମାନେ ସେଠାରୁ ଦୌଡି ପଳାଇ ଯାଇଥିଲେ ବୋଲି ଶ୍ରୀ ଜ୍ଞାନେନ୍ଦ୍ର ଆଜି ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।...

ଫୋଟୋ - http://v.duta.us/uZk6uAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/wOu6tAAA

📲 Get Bhadraknews on Whatsapp 💬