[bhadrak] - ବାଲେଶ୍ୱର ଲୋକସଭା ଓ ଏଥି ଅନ୍ତର୍ଗତ ୭ ବିଧାନସଭା ଆସନରେ ଆଜି ଭୋଟ୍ : ଜାଣନ୍ତୁ ପ୍ରମୁଖ ପ୍ରାର୍ଥୀ କିଏ ? କାହା ଭିତରେ ହେଉଛି ଲଢ଼େଇ

  |   Bhadraknews

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌। ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି।

ବିଜୁ ଜନତା ଦଳ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୁଣି ଥରେ ନିର୍ବାଚନୀ ଲଢ଼େଇ ଲଢୁଛନ୍ତି। ଗତ ୨୦୧୪ ନିର୍ବାଚନରେ ଶ୍ରୀ ଜେନା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀ ଷଡ଼ଙ୍ଗୀଙ୍କୁ ୧.୪୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ବିଜୟୀ ହୋଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗତଥର ୨.୭୭ ଲକ୍ଷ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଶ୍ରୀ ଜେନାଙ୍କ ବଦଳରେ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହୋଇ ରବୀନ୍ଦ୍ର ଜେନା ଓ ପ୍ରତାପ ଷଡ଼ଙ୍ଗୀକୁ କଡ଼ା ଟକ୍କର ଦେଉଛନ୍ତି। ଶ୍ରୀ ପଟ୍ଟନାୟକ ଭୋଟରମାନଙ୍କଠାରୁ ବିଶେଷତଃ ଯୁବ ଭୋଟରଙ୍କ ମଧ୍ୟରେ ଲୋକପି୍ରୟ ଥିବାର ଦେଖିବାକୁ ମିଳିଛି।

ତେବେ ଏଥର ନିର୍ବାଚନ ମଇଦାନରେ କିଛି ଅଦଳବଦଳ ଦେଖିବାକୁ ମିଳିଛି। ନୀଳଗିରିର ବିଧାୟକ ସୁକାନ୍ତ ନାୟକ ବିଜୁ ଜନତା ଦଳ ଟିକେଟ ନ ପାଇବା ପରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜୁ ଜନତା ଦଳ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦଳୀୟ ପ୍ରାର୍ଥୀ ରୂପେ ମନୋନୀତ ନ ହେବାରୁ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛନ୍ତି।...

ଫୋଟୋ - http://v.duta.us/nVo6DgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/BuqcDgAA

📲 Get Bhadraknews on Whatsapp 💬