[cuttack] - ୨ ଲୋକସଭା, ୧୧ ବିଧାନସଭାର ଭୋଟ୍‌ ଆଜି

  |   Cuttacknews

କଟକ : କଟକ ଜିଲ୍ଲାର ୩ ବିଧାନସଭା, ଜଗତସିଂହପୁରର ୪, କେନ୍ଦ୍ରାପଡାର ୪ ବିଧାନସଭା ସମେତ କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ଆସନ୍ତାକାଲି ହେବାକୁ ଯାଉଛି ନିର୍ବାଚନ। କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ ତାରିଖରେ ଭୋଟ ଗ୍ରହଣ ହେବ। ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ୧୧ଟି ବିଧାନସଭା ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ୭ଟି ବିଧାନସଭା ଆସନ ବିଜେଡି ହାତରେ ଥିବା ବେଳେ ୪ଟି ଆସନ କଂଗ୍ରେସ ହାତରେ ଥିଲା। ୨ଟି ଯାକ ଲୋକସଭା ଆସନ ବିଜେଡି ଖାତାକୁ ଯାଇଥିଲା। ୨୦୧୪ର ଏହି ଚିତ୍ର ଏଥର କେତେ ବଦଳିବ, ତାହାକୁ ନେଇ ବିଭିନ୍ନ ମହଲରେ ଆକଳନ କରାଯାଉଛି।

୨୦୧୪ରେ ଯେଉଁ ୪ଟି ଆସନ କଂଗ୍ରେସ ଖାତାକୁ ଯାଇଥିଲା ସେଥିରେ ରହିଛି କଟକର ସାଲେପୁର, ଜଗତସିଂହପୁର, କେନ୍ଦ୍ରାପଡାର ଆଳି ଓ ରାଜନଗର। ଜଗତସିଂହପୁରରୁ ଚିରଂଜୀବ ବିଶ୍ବାଳ, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ସାଲେପୁରରୁ କଂଗ୍ରେସ ଟିକେଟରେ ଜିତିଥିବା ପ୍ରକାଶ ବେହେରା ଏଥର ବିଜେପି ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରୁଛନ୍ତି। କିନ୍ତୁ ଆଳି, ରାଜନଗର ଓ ସାଲେପୁର ବିଧାୟକଙ୍କୁ ସେମାନଙ୍କ ପୁରୁଣା ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପୁଣି ଏଥର ବି ଟକ୍କର ଦେଉଥିବା ବେଳେ ଜଗତସିଂହପୁରରେ କିନ୍ତୁ ଚିରଂଜୀବୀ ବିଶ୍ବାଳଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ପାଲଟିଛନ୍ତି ବିଜେଡି ପ୍ରାର୍ଥୀ ଭାବେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି।...

ଫୋଟୋ - http://v.duta.us/D9C3cwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/5mh33QAA

📲 Get Cuttacknews on Whatsapp 💬