[odisha] - ଓଡ଼ିଶାରେ ମତଦାନ ଶେଷ: ଚତୁର୍ଥ ପର୍ଯ୍ୟାୟରେ ସର୍ବାଧିକ ରିଗିଂ ଓ ବୁଥ୍‌ କ୍ୟାପ୍‌ଚରିଂର ଅଭିଯୋଗ, ଯାଞ୍ଚ ପ୍ରତିଶ୍ରୁତି ଦେଲେ ସିଇଓ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଯାଇଛି। ଅପରାହ୍ଣ ୫ଟା ସୁଦ୍ଧା ୬୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି ଏବଂ ଭୋଟ ଗ୍ରହଣ ଶେଷ ସୁଦ୍ଧା ମତଦାନ ହାର ଆହୁରି ବେଶୀ ହେବାର ଆଶା କରାଯାଏ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ କୁମାର କହିଲେ ଯେ,ଆଜି ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟର ୬ଟି ଲୋକସଭା ନିର୍ବାଚନୀ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୪୧ ବିଧାନସଭା ଆସନରେ ହାରାହାରି ୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ମୟୁରଭଂଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୬ ପ୍ରତିଶତ, ବାଲେଶ୍ୱରରେ ୬୪ ପ୍ରତିଶତ, ଭଦ୍ରକରେ ୬୮ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ , କେନ୍ଦ୍ରାପଡ଼ାରେ ୬୫ ପ୍ରତିଶତ ଏବଂ ଜଗତସିଂହପୁରରେ ୬୪ ପ୍ରତିଶତ ଭୋଟର୍‌ ଭୋଟ୍‌ ଦେଇଥିବାର ଜଣାଯାଏ।

କେତେକ ମତଦାନ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୋଟଗ୍ରହଣ ବିଳମ୍ବିତ ହୋଇଥିଲା ବୋଲି ସ୍ୱୀକାର କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଯେ,ଏହି ସବୁ ତ୍ରୁଟି ସଜଡ଼ାଯାଇ ଭୋଟଗ୍ରହଣ ଆରମ୍ଭ କରାଯାଇଥିଲା।...

ଫୋଟୋ - http://v.duta.us/T4uCpQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LYhWSQAA

📲 Get Odisha News on Whatsapp 💬