[odisha] - ତାତିର ଶଙ୍କା ଓ ସମ୍ଭାବ୍ୟ ବତ୍ୟାର ଆଶଙ୍କା ମଧ୍ୟରେ ଆଜି ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଗୋଟିଏ ପଟେ ଭୀଷଣ ତାତିର ଶଙ୍କା ଓ ଅନ୍ୟପଟେ ଭୟଙ୍କର ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ରାଜ୍ୟବାସୀ ଏବେ ତ୍ରସ୍ତ। ହେଲେ, ଗତ ଶୁକ୍ରବାର ଠାରୁ ସମଗ୍ର ପଶ୍ଚିମ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାତି ଏମିତି ଅସହ୍ୟ ହେଲାଣି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ରାଜ୍ୟର ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିବା ଗ୍ରାଷ୍ମପ୍ରବାହ ଏବେ କେନ୍ଦ୍ରୀୟ ଓଡ଼ିଶାକୁ ବି ନିଜ କବ୍‌ଜାକୁ ନେଇଗଲାଣି। ବଲାଙ୍ଗୀର, ଟିଟିଲାଗଡ଼ ପରେ ଅନୁଗୁଳ ଓ ତାଳଚେର ଏବେ ତତଲା କଡ଼େଇରେ ପରିଣତ ହୋଇଛି। ଲଗାତାର ଭାବେ ବଢ଼ି ଚାଲିଛି ତାପମାତ୍ରା। ତିନି ଦିନ ମଧ୍ୟରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଯାଇଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନ ୧୦ଟା ପରେ ପରେ ଆକାଶରୁ ସତେ ଯେମିତି ନିଆଁ ବର୍ଷା ହେଉଛି। ଦିନରେ ପଦାକୁ ବାହାରି ହିଁ ପାରୁନାହାନ୍ତି ଲୋକେ। ଅର୍ଦ୍ଧାଧିକ ଓଡ଼ିଶାରେ ଏବେ ଏମିତି ସ୍ଥିତି ଲାଗି ରହିଛି।...

ଫୋଟୋ - http://v.duta.us/r8KnMgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Oelx2gAA

📲 Get Odisha News on Whatsapp 💬