[odisha] - ଦିଗ ବଦଳାଇଲା ‘ଫନି’ : ଉତ୍ତର ଆନ୍ଧ୍ର-ଓଡ଼ିଶା ଆଡ଼କୁ ମୁହାଁଉଛି, ପୁରୀଠାରୁ ୧୩୧୧ କିମି ଦୂରରେ କେନ୍ଦ୍ରୀଭୂତ

ଭୁବ‌ନେଶ୍ବର : ଗତକାଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ େଯ ବାତ୍ୟା ‘ଫନି’ ବିପଦ ଓଡ଼ିଶା ପ୍ରତି ନାହିଁ। ଏହା ମିଆଁମାର ବା ଥାଇଲାଣ୍ଡ ଆଡକୁ ଚାଲିଯାଇପାରେ।

୨୪ ଘଣ୍ଟା ଭିତରେ କିନ୍ତୁ ବାତ୍ୟା ‘ଫନି’ ଦିଗ ବଦଳାଇ ସାରିଲାଣି। ଏମିତି େଯ ପାଣିପାଗ ବିଜ୍ଞାନୀ ଆଜି ତାଙ୍କର ଆକଳନରେ ବଡ଼ ପରିବର୍ତନ ଆଣିଛନ୍ତି। ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍‌ଠାରୁ ୧୦୯୦ କିମି ଦୂରରେ ଥିବା ବାତ୍ୟା ସମୁଦ୍ରରେ ବଳ ଗୋଟାଇବା ସହିତ ଭୀଷଣ ରୂପ ଧାରଣ କରୁଛି ଓ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ େହାଇ ପ୍ରବଳ ବାତ୍ୟା(ସିଭିଅର ସାଇକ୍ଲୋନ୍‌)ରେ ପରିଣତ ହେବ। ଏହାର ପର ୧୨ ଘଣ୍ଟା

ଅର୍ଥାତ୍ େମ’ ୧ ତାରିଖ େବଳକୁ ଏହା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ େହବ। ହେଲେ ଏହା ମିଆଁମାର ବା ଥାଇଲାଣ୍ଡ ଯିବାର ସମ୍ଭାବନା ନାହିଁ। ବରଂ ଏହା ଆନ୍ଧ୍ର-ଓଡ଼ିଶା ମୁହାଁ େହଲାଣି। ପାଣିପାଗ ବିେଶଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ‘ଫନି’ ବିଶାଖାପାଟଣାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁଙ୍କ ଆକଳନ କହୁଛି, ଉତ୍ତର ଆନ୍ଧ୍ର-ଗଞ୍ଜାମ ମଧ୍ୟରେ ୩ ତାରିଖ ବେଳକୁ ‘ଫନି’ ମାଡ଼ େହାଇପାରେ। ହେଲେ ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ରର ବରିଷ୍ଠ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ହିସାବ କହୁଛି, ବାତ୍ୟା ‘ଫନି’ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରେ ହିଁ ରହିବ। ଏହା ଓଡ଼ିଶା ଛୁଇଁବ କି ନାହିଁ ଏକଥା ଏବେଠାରୁ କୁହାଯାଇପାରିବ ନାହିଁ। କିନ୍ତୁ ଓଡ଼ିଶା ଉପକୂଳରେ ବଡ଼ ବର୍ଷା ଓ ୬୦ କିେଲାମିଟର ପର୍ଯ୍ୟନ୍ତ ପବନ ବହିବ େବାଲି ପୂର୍ବାନୁମାନ କରାଯାଇଛି।...

ଫୋଟୋ - http://v.duta.us/BlN5nwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/1dLLuAAA

📲 Get Odisha News on Whatsapp 💬