[odisha] - ରେକର୍ଡ ଭାଙ୍ଗିଲା ତାଳଚେର : ତାତିରେ ଆଉଟୁପାଉଟୁ ଅଧା ଓଡ଼ିଶା

ଭୁବନେଶ୍ବର : ଅସହ୍ୟ ହେଲାଣି ତାତି। ଦିନ ୧୦ଟାରୁ ଟାଇଁ ଟାଇଁ ଖରା। ପଶ୍ଚିମ ଓଡ଼ିଶା ପରେ ଏବେ କେନ୍ଦ୍ରୀୟ ଓଡ଼ିଶା ବି ଜଳୁଛି। ବଲାଙ୍ଗୀର, ଟିଟିଲାଗଡ଼ ପରେ ଅନୁଗୁଳ ଓ ତାଳଚେର ସହର ବି ତାତିଲାଣି। ଲଗାତାର ଭାବେ ବଢ଼ି ଚାଲିଛି ତାପମାତ୍ରା। ତିନି ଦିନ ମଧ୍ୟରେ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନରେ ପଦାକୁ ବାହାରି ହିଁ ପାରୁନାହାନ୍ତି। ଅର୍ଧାଧିକ ଓଡ଼ିଶାରେ ଏବେ ଏମିତି ସ୍ଥିତି ଲାଗି ରହିଛି।

ସବୁଠାରୁ ବଡ଼ କଥା ହେଉଛି ଯେ ତିନି ଦିନ ହେଲା ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହୋଇଥିଲା। ଟିଟିଲାଗଡ଼ରେ ଲାଗାତାର ଭାବେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଉଥିଲା। ‌ତେବେ ଆଜି ଟିଟିଲାଗଡ଼କୁ ବଳି ଯାଇଛି ତାଳଚେର। ତତଲା ସହରରେ ପରିଣତ ହୋଇଛି ତାଳଚେର। ଗତକାଲି ଏଠାରେ ତାପମାତ୍ରା ୪୩.୩ ଡିଗ୍ରି ରହିଥିଲା। ଆଜି ତାପମାତ୍ରା ୩ ଡିଗ୍ରି ବୃଦ୍ଧି ପାଇ ଏଠାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ମାସରେ କେବେ ବି ତାଳଚେର ତାପମାତ୍ରା ହଠାତ୍‌ ଏଭଳି ବୃଦ୍ଧି ପାଇ ନଥିଲା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।...

ଫୋଟୋ - http://v.duta.us/4OLuwwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/iwOU1wAA

📲 Get Odisha News on Whatsapp 💬