[puri] - ଚନ୍ଦନଯାତ୍ରାକୁ ଆଉ ୨୮ ଦିନ, ସଜେଇ ହେଉଛି ନରେନ୍ଦ୍ର

  |   Purinews

ପୁରୀ : ଆଉ ୨୮ ଦିନ ପରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ସହ ପଞ୍ଚ ମହାଦେବ ଚାପ ଖେଳିବେ। ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି। ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବ ଓ ମନ୍ଦିର ରଙ୍ଗ କାମ ଆରମ୍ଭ ହୋଇଯାଇଛି। ସେମାନେ ନରେନ୍ଦ୍ର ପୁଷ୍କରିଣୀରେ ଥିବା ମନ୍ଦିର ସମେତ ଚାରିପାଖ ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ୨୬ରେ ଭଉଁରୀ ଯାତ୍ରା ତଥା ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେଉଛି। ଏହି ଦିନଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସହ ପଞ୍ଚ ମହାଦେବ ଡଙ୍ଗାରେ ବସି ନରେନ୍ଦ୍ରରେ ଚାପ ଖେଳିବେ। ଏଥି ପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। କେବଳ ପରିଚାଳନା କମିଟିରେ ଏଥିରେ ମୋହର ବାଜିବ। ଚୂଡ଼ାନ୍ତ ନୀତି ଅନୁଯାୟୀ, ଅପରାହ୍ଣ ୩ଟା ସୁଦ୍ଧା ଚନ୍ଦନ ଲାଗି, ବେଶ, ଦକ୍ଷିଣୀଘର ଭୋଗ, ଯାତ ଭୋଗ ଆଦି ନୀତି ଶେଷ ପରେ ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନକୁ ଦିଅଁ ବିଜେ କରିବେ। ଅପରାହ୍ଣ ୩ଟା୪୫ରେ ବିମାନ ଉଠିବା ନୀତି ସଂପନ୍ନ ହେବ। ପରେ ଅନ୍ୟାନ୍ୟ ନୀତି ଶେଷ ହୋଇ ରାତି ୧୧ଟାରେ ଠାକୁର ଚନ୍ଦନ ଯାତ୍ରାରୁ ବାହୁଡ଼ିବେ। ଚନ୍ଦନ ଯାତ୍ରା ପୂର୍ବରୁ ମେ ୭ରେ ଅକ୍ଷୟ ତୃତୀୟା, ମେ ୧୨ରେ ନୀଳାଦ୍ରି ମହୋଦୟ, ମେ ୧୭ରେ ନୃସିଂହ ଜନ୍ମ ଆଦି ନୀତି ସଂପାଦନ ହେବ।

ଫୋଟୋ - http://v.duta.us/Bij_kgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/r_qU8AAA

📲 Get Purinews on Whatsapp 💬