[puri] - ମାଡ଼ିଆସୁଛି ମହାବାତ୍ୟା ଫୋନି : ରାଜ୍ୟ ସରକାର ଆରମ୍ଭ କଲେ ମୁକାବିଲା ପ୍ରସ୍ତୁତି, ୩ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

  |   Purinews

ଭୁବନେଶ୍ୱର : ଓଡ଼ିଶା ଆଡକୁ ମାଡ଼ିିଆସୁଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୩ଟି ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, କେନ୍ଦ୍ରାପଡା ଓ ପୁରୀର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାପାଳ ଓ ଅନ୍ୟ ବରିିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାମୁଖ୍ୟାଳୟ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ନୌସେନା ଓ ଏନଡିଆରଏଫର ଅଧିକାରୀମାନେ ଯୋଗ ଦେଇଥିଲେ । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ୨୦ଟି ଓଡ୍ରାଫ, ୧୨ଟି ଏନଡିଆରଏଫ ଓ ରାଜ୍ୟ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି ।

ଅନ୍ୟପକ୍ଷରେ ଆଜି ନୂଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର, ପୁଡୁଚେରୀ, ତାମିଲନାଡୁ,ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପର ମୁଖ୍ୟ ଶାସନ ସଚିବ ମାନଙ୍କ ସହ ଭିଡିଓ କନଫରେନ୍ସିରେ ସ୍ଥିତିର ସମୀକ୍ଷା କରାଯାଇଛି । ବୈଠକ ପରେ ରାଜ୍ୟ ସରକାରଙ୍କମାନଙ୍କୁ ସତର୍କ ରହି ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଏହା ସହିତ ନୌସେନା ଓ କୋଷ୍ଟଗାର୍ଡ କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରଖି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରି କୁହାଯାଇଛି ।...

ଫୋଟୋ - http://v.duta.us/wJ3tGgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/1wEVPwAA

📲 Get Purinews on Whatsapp 💬