[rayagada] - ଗୁଣିଗାରେଡି ସନ୍ଦେହରେ ହତ୍ୟା,ଅଭିଯୁକ୍ତ ଗିରଫ

  |   Rayagadanews

ଡାବୁଗାଁ,୨୮।୪(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପରାଶୁବେଢା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସୋନୁ ଭତ୍ରା (୬୦)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପରଶୁବେଢା ଗ୍ରାମର ଭଦର ଭତ୍ରା (୨୪) । ସ୍ତ୍ରୀର ମୃତ୍ୟୁ ଗୁଣିଗାରେଡି ଯୋଗୁ ହୋଇଥିବା ସନ୍ଦେହ କରି ପ୍ରତିଶୋଧ ନେବା ପାଇଁ ସୋନୁଙ୍କୁ ହତ୍ୟା କରିଥିବା ଭଦର କହିଛନ୍ତି। ଭଦରଙ୍କ କହିବାନୁସାରେ ପରଶୁବେଢା ଗ୍ରାମର ସୋନୁଙ୍କ ୨ ପୁଅ କିଛି ଦିନ ହେଲା ବିକଳାଙ୍ଗ ହୋଇପଡିଥିଲେ । ଏଥିପାଇଁ ଭଦରଙ୍କୁ ସୋନୁ ଦୋଷ ଦେଉଥିଲେ। ମୋ’ ପିଲାମାନଙ୍କୁ ବିକଳାଙ୍ଗ କରିଛୁ ମୁଁ ତମ ପରିବାରକୁ ବରବାଦ କରିଦେବି ବୋଲି ଭଦରଙ୍କୁ ସୋନୁ କହିଥିଲେ। ଗତ ୧୦ ତାରିଖରେ ଭଦର ଓ ତାଙ୍କ ସ୍ତ୍ରୀ ଅପରାହ୍ନ ୨ ଟା ସମୟରେ ଜଙ୍ଗଲରୁ କାଠ ଆଣି ଘର ପିଣ୍ଢାରେ ବସିଥିଲେ। ହଠାତ ପିଣ୍ଢାରୁ ତଳକୁ ପଡିଯାଇ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ପୂର୍ବୁରୁ ପରିବାରକୁ ବରବାଦ କରିଦେବି ବୋଲି ସୋନୁ କହୁଥିବାରୁ ସେ ଗୁଣି କରି ମାରିଦେଇଛି ବୋଲି ଭଦର ସନ୍ଦେହ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଟାଙ୍ଗିଆରେ ସୋନୁଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଏକ କାଜୁ ଗଛରେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିବାକୁ ଭଦର ଚେଷ୍ଟା କରିବା ସମୟରେ ଦଉଡି ଛିଣ୍ଡି ଯାଇଥିଲା । ପରେ ଭଦର ତାଙ୍କ ଦାଦାଙ୍କ ବାଡିରେ ଥିବା କୀଟନାଶକ ଔଷଧ ଖାଇଥିଲେ । ଘରକୁ ଆସି ବାପାକୁ ସବୁକଥା କହିବା ପରେ ତେନ୍ତୁଳୀ ରସ ପିଈ ବାନ୍ତି କରିଥିଲା । ଶନିବାର ସକାଳେ ଗ୍ରାମରେ ପୋଲିସ ପହଞ୍ଚିବା ଦେଖି ଭଦର ଘରୁ କେଉଁଆଡେ ଚାଲି ଯାଇଥିଲେ। ବିଭିନ୍ନ ଗ୍ରାମରେ ବୁଲି ଶେଷରେ ସାରେ ଡାବୁଗାଁ ଥାନାରେ ଆତ୍ମସମର୍ପଣ କରିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ଭଦରଙ୍କ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ରଙ୍କନିଧି ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସୋନୁ ଶୁକ୍ରବାର ରାତିରେ ଖାଇସାରି ଘର ଅଗଣାରେ ଏକ ଖଟିଆ ପକାଇ ଶୋଇଥିଲେ । ବିଳମ୍ବିତ ରାତ୍ରିରେ ଅଜଣା ବ୍ୟକ୍ତି ଏକ ଟାଙ୍ଗିଆରେ ଚୋଟ ମାରି ତାଙ୍କୁ ହତ୍ୟା କରିଥିଲା। ଖବରପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏତଲାକୁ ଭିତ୍ତି କରି ଥାନାରେ ନଂ ୫୪/୧୯ ରେ ଏକ ମାମଲା ରୁଜୁ କରାଯାଇଛି ।

ଫୋଟୋ - http://v.duta.us/5khNjAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vgaioAAA

📲 Get Rayagada News on Whatsapp 💬